fbpx

ଶନିବାରଠୁ ଲଗାତାର ୪ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ! ସାରିଦିଅନ୍ତୁ ଜରୁରୀ କାମ

ନୂଆଦିଲ୍ଲୀ: ଯଦି ବ୍ୟାଙ୍କରେ ଆପଣଙ୍କର କୌଣସି ଜରୁରୀ କାମ ଅଛି, ତେବେ ଶୁବଶୀଘ୍ର ଏହାକୁ ସାରିଦିଅନ୍ତୁ । କାହିଁକି ନା ଶନିବାର ଦିନଠୁ ଲଗାତାର ୪ ଦିନ ବ୍ୟାଙ୍କର କାମ ପ୍ରଭାବିତ ରହିବ । ଶନିବାର ଓ ରବିବାର ସାପ୍ତାହିକ ଛୁଟି ହେତୁ ବ୍ୟାଙ୍କରେ କୌଣସି କାମ ହେବ ନାହିଁ । ଏହା ସହିତ ସୋମବାର ଓ ମଙ୍ଗଳବାର ଦିନ ବ୍ୟାଙ୍କ ୟୁନିଅନର ଧର୍ମଘଟ ଯୋଗୁଁ କାମ ପ୍ରଭାବିତ ହେବ ।

ଦେଶର ସର୍ବବୃହତ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ବ୍ୟାଙ୍କ ୟୁନିଅନର ଧର୍ମଘଟ ଯୋଗୁଁ ମାର୍ଚ୍ଚ ୨୮ ଓ ମାର୍ଚ୍ଚ ୨୯ ରେ ବ୍ୟାଙ୍କ କାର୍ଯ୍ୟ ପ୍ରଭାବିତ ହେବ । ଘରୋଇକରଣ ବିରୋଧରେ ଏହି ଧର୍ମଘଟ କରାଯାଉଛି ବୋଲି ଜଣାପଡିଛି । ଏସବିଆଇ ଦ୍ୱାରା ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ, ଏହି ସମୟ ମଧ୍ୟରେ ଗ୍ରାହକମାନେ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବେ ନାହିଁ ବୋଲି ଆମେ ଚେଷ୍ଟା କରିବୁ । ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ ଭଳି ସଂଗଠନ ଦ୍ୱାରା ଏହି ଦୁଇ ଦିନିଆ ଧର୍ମଘଟ ଘୋଷଣା କରାଯାଇଛି ।

ଅନ୍ୟପଟେ ଏପ୍ରିଲ୍ ମାସ ଆରମ୍ଭ ହେବାକୁ ଯାଉଛି । ଏପ୍ରିଲରେ ବ୍ୟାଙ୍କଗୁଡିକ ୧୫ ଦିନ ପାଇଁ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ଅଫିସିଆଲ୍ ୱେବସାଇଟରେ ଦିଆଯାଇଥିବା ଛୁଟିଦିନର ତାଲିକା ଅନୁସାରେ, ବ୍ୟାଙ୍କିଙ୍ଗ୍ ଛୁଟି ମଧ୍ୟ ବିଭିନ୍ନ ରାଜ୍ୟରେ ପାଳନ କରାଯାଉଥିବା ପର୍ବ ଉପରେ କିମ୍ବା ସେହି ରାଜ୍ୟରେ ବିଶେଷ ଉତ୍ସବର ବିଜ୍ଞପ୍ତି ଉପରେ ନିର୍ଭର କରେ । ଏହି ସମସ୍ତ ଛୁଟି ସବୁ ରାଜ୍ୟରେ ଲାଗୁ ହେବ ନାହିଁ ।

Get real time updates directly on you device, subscribe now.