ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମେ ୨୦୨୫ ପାଇଁ ମୋଟ ୧୨ ଟି ବ୍ୟାଙ୍କ ଛୁଟି ଘୋଷଣା କରିଛି। ଏହି ତାଲିକାରେ ରବିବାର, ଦ୍ୱିତୀୟ ଏବଂ ଚତୁର୍ତ ଶନିବାର ମଧ୍ୟ ଏଥିରେ ସାମିଲ । ଆଗାମୀ ସପ୍ତାହରେ ବ୍ୟାଙ୍କ ଛୁଟି ସମ୍ପର୍କରେ ଜାଣି ଆପଣ ନିଜର ଆର୍ଥିକ କାର୍ଯ୍ୟ ଯୋଜନା କରିପାରିବେ।
ଏହି ସପ୍ତାହର ଛୁଟି ତାଲିକା:
୧୧ ମେ (ରବିବାର): ସାପ୍ତାହିକ ଛୁଟି ହେତୁ ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦ।
୧୨ ମେ (ସୋମବାର): ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ଦିଲ୍ଲୀ, ମୁମ୍ବାଇ, ଲକ୍ଷ୍ନୌ, ଭୋପାଳ, କୋଲକାତା, ଜମ୍ମୁ, ରାଞ୍ଚି, ଦେହରାଦୂନ, ଶିମଲା, ଶ୍ରୀନଗର ଆଦି ରାଜ୍ୟରେ ବ୍ୟାଙ୍କ ବନ୍ଦ।
୧୬ ମେ (ଶୁକ୍ରବାର): ସିକ୍କିମ ରାଜ୍ୟ ଦିବସ ଉପଲକ୍ଷେ କେବଳ ସିକ୍କିମରେ ବ୍ୟାଙ୍କ ବନ୍ଦ।
୧୮ ମେ (ରବିବାର): ସାପ୍ତାହିକ ଛୁଟି ହେତୁ ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦ।
ମେ ମାସର ଅନ୍ୟ ଛୁଟି:
୨୪ ମେ (ଶନିବାର): ମାସର ଚତୁର୍ଥ ଶନିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦ।
୨୫ ମେ (ରବିବାର): ସାପ୍ତାହିକ ଛୁଟି।
୨୬ ମେ (ସୋମବାର): ତ୍ରିପୁରାରେ କାଜୀ ନଜରୁଲ ଇସଲାମଙ୍କ ଜୟନ୍ତୀ ଉପଲକ୍ଷେ ବ୍ୟାଙ୍କ ବନ୍ଦ।
୨୯ ମେ (ବୁଧବାର): ହିମାଚଳ ପ୍ରଦେଶରେ ମହାରାଣା ପ୍ରତାପ ଜୟନ୍ତୀ ଉପଲକ୍ଷେ ବ୍ୟାଙ୍କ ବନ୍ଦ।
ଗୁରୁତ୍ୱପୂର୍ଣ୍ଣ ତଥ୍ୟ:
ଆରବିଆଇ ଅନୁସାରେ, ବ୍ୟାଙ୍କ ଛୁଟି ରାଜ୍ୟ ଅନୁସାରେ ଭିନ୍ନ ହୋଇପାରେ। ଛୁଟି ଦିନରେ ବ୍ୟାଙ୍କ ଶାଖା ବନ୍ଦ ରହିଲେ ମଧ୍ୟ ଏଟିଏମ, ଅନଲାଇନ ବ୍ୟାଙ୍କିଙ୍ଗ, ନେଟ ବ୍ୟାଙ୍କିଙ୍ଗ ଓ ମୋବାଇଲ ବ୍ୟାଙ୍କିଙ୍ଗ ଭଳି ସେବା ଉପଲବ୍ଧ ରହିବ। ତେଣୁ ଗ୍ରାହକମାନେ ଏହି ସେବା ମାଧ୍ୟମରେ ଆବଶ୍ୟକୀୟ ଆର୍ଥିକ କାରବାର କରିପାରିବେ।
ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଯିବା ପୂର୍ବରୁ ଆରବିଆଇର ଅଫିସିଆଲ ଓ୍ୱେବସାଇଟ (www.rbi.org.in) (www.rbi.org.in) କିମ୍ବା ଆପଣଙ୍କ ବ୍ୟାଙ୍କର ସୂଚନା ଯାଞ୍ଚ କରନ୍ତୁ। ଏହା ଆପଣଙ୍କୁ ଅସୁବିଧାରୁ ରକ୍ଷା କରିବ।