MMS ପାଇଁ ଶୁଭଲକ୍ଷ୍ମୀଙ୍କୁ କରାଯାଉଥିଲା କି ବ୍ଲାକମେଲିଂ?

ଭୁବନେଶ୍ୱର; ବାର ଗାର୍ଲ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ଧୀରେ ଧୀରେ ବଢ଼ିବାରେ ଲାଗିଛି ସସପେନ୍ସ । ସପ୍ତାହେ ତଳେ ଭୁବନେଶ୍ୱର ଦୀପାଳି ବାର ଆଣ୍ଡ ହୋଟେଲର ରୁମ୍ ନମ୍ବର ୨୦୫ରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଯୁକ୍ତ ଦୁଇ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତଦେହ । ଶୁଭଲକ୍ଷ୍ମୀଙ୍କର ଏହା ହତ୍ୟା ଥିଲା ନା ଆତ୍ମହତ୍ୟା? ଯଦି ହତ୍ୟା ତାହେଲେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା? ଆଉ ଯଦି ସେ ନିଜେ ଆତ୍ମହତ୍ୟା କରିଛନ୍ତି, ତେବେ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କରିଛନ୍ତି? ଏସବୁ କାରଣକୁ ନେଇ ଖୋଳତାଡ଼ କରୁଛି ପୋଲିସ । ଏହା ଭିତରେ ଶୁଭଲକ୍ଷ୍ମୀଙ୍କ ମୋବାଇଲକୁ ଜବତ କରି ଫରେନସିକ ଲ୍ୟାବକୁ ପଠାଯାଇଛି । ତାଙ୍କ ମୋବାଇଲରୁ ହିଁ ସବୁ ରହସ୍ୟ ଉପରୁ ପରଦା ହଟିଯାଇପାରେ ବୋଲି ଅନୁମାନ କରାଯାଉଛି ।

ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପାରିପାର୍ଶ୍ୱିକ ତଦନ୍ତରୁ ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଛନ୍ତି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି । ତେବେ ଆତ୍ମହତ୍ୟା ପଛରେ କାହାର ହାତ ଅଛି କି ନାହିଁ ସେନେଇ ତଦନ୍ତ ଚାଲିଛି । ଏହା ସହ ଶୁଭଲକ୍ଷ୍ମୀଙ୍କ କଲ ଡିଟେଲସ ରେକର୍ଡ ବା ସିଡିଆର ପାଇଥିବା ମଧ୍ୟ କହିଛନ୍ତି ଡିସିପି । ହେଲେ ଏଥିରୁ ସେଭଳି କିଛି ସନ୍ଦିଗ୍ଧ ତଥ୍ୟ ମିଳିନି । ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲେ ବି କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ହୋଇନି ।

ହେଲେ ସାଧାରଣରେ ଚର୍ଚ୍ଚା ଚାଲିଛି ଯେ, ଶୁଭଲକ୍ଷ୍ମୀଙ୍କର ଏକ ଏମ.ଏମ.ଏସ ଭିଡିଓକୁ ନେଇ ତାଙ୍କୁ ବ୍ଲାକମେଲିଂ କରାଯାଉଥିଲା । ଆଉ ଏହି ବ୍ଲାକମେଲିଂକୁ ସେ ସହି ନପାରି ଶେଷରେ ବାଧ୍ୟ ହୋଇ ଆତ୍ମହତ୍ୟା କରିଛନ୍ତି । ପୋଲିସ ହାତରେ ଏହି ଭିଡିଓ ଲିଙ୍କ ବି ଲାଗି ସାରିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ପୋଲିସ ରଖିଛି କିଛି ଭିନ୍ନ ମତ । କୁହାଯାଉଥିବା ସେଭଳି କିଛି ଭାଇରାଲ ଭିଡିଓ ପୋଲିସ ହାତରେ ଲାଗିନାହିଁ । ଯଦି ସେମିତି କିଛି ଭିଡିଓ ଆସେ ତାହେଲେ ଆମେ ତର୍ଜମା କରିବୁ । ଆତ୍ମହତ୍ୟା ସହ ଭିଡିଓର କିଛି ସଂପର୍କ ଅଛି କି ନାହିଁ ପରଖିବୁ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

ସୂଚନା ଥାଉକି, ଆଜି ହେଉଛି ମୃତ ବାର ଗାର୍ଲ ଶୁଭଲକ୍ଷ୍ମୀଙ୍କ ଜନ୍ମଦିନ । କିନ୍ତୁ ଆଜି ସେ ଆଉ ଦୁନିଆରେ ନାହିାଁନ୍ତି । ତାଙ୍କର ଆଶ ଥିଲା ନିଜର ଜନ୍ମଦିନ ପାଳିବା ପାଇଁ । କିଛି ଦିନ ପୂର୍ବରୁ ବାପା ମାଆଙ୍କୁ ଫୋନ୍ କରୁଥିଲେ । ଝିଅର ଜନ୍ମ ଦିନ ଥିବାରୁ ବାପା ମାଆ ବେଶ ଖୁସି ଥିଲେ ।