fbpx

ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପରାସ୍ତ: ବଡ଼ଚଣା ଆସନରେ ବିଜେପି ପ୍ରାର୍ଥୀଙ୍କ ବାଜିମାତ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ନିର୍ବାଚନ ଫଳାଫଳ ଉପରେ ସାରା ଓଡ଼ିଶାର ନଜର ରହିଥିଲା । ରାଜ୍ୟର ୧୪୭ଟି ବିଧାନସଭା ଆସନରେ କିଏ ବାଜିମାତ୍ କରିବ ତାହାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଯଥେଷ୍ଟ ମାତ୍ରାରେ ଉତ୍ସାହ ଦେଖିବାକୁ ମିଳିଥିଲା । ତେବେ ନିର୍ବାଚନର ଫଳାଫଳ ସତେ ଯେମିତି ସବୁକିଛି ବଦଳାଇ ଯାଇଛି । ଗଣତନ୍ତ୍ରରେ ଜନତା ହିଁ ପ୍ରକୃତ ଭଗବାନ ଏହା ପ୍ରମାଣିତ ହୋଇଛି ।

ତେବେ ବର୍ତ୍ତମାନର ରିପୋର୍ଟ ମୁତାବକ, ରାଜ୍ୟରେ ବିଜେପି ୭୩ଟି ଆସନରେ ଆଗୁଆ ରହିବା ସହିତ ୬ଟି ଆସନରେ ବିଜୟୀ ହୋଇଛି । ସେହିପରି ବିଜେଡି ୪୯ଟିରେ ଆଗୁଆ ରହିବା ସହିତ ଗୋଟିଏ ଆସନରେ ବିଜୟୀ ହୋଇଛି । କଂଗ୍ରେସ ୧୩ଟି ଆସନରେ ଆଗୁଆ ରହିବା ସହିତ ୧ଟି ଆସନରେ ବିଜୟୀ ହୋଇଛି । ତେବେ ବଡ଼ଚଣା ବିଧାନସଭା ଆସନରେ ବିଜେଡିର ମହିଳା କାର୍ଡ ଫେଲ୍ ମାରିଛି । ଦଳର ପ୍ରାର୍ଥୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପରାସ୍ତ ହୋଇଛି । ବର୍ଷା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଅମର ନାୟକଙ୍କ ନିକଟରୁ ୧୦ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଛନ୍ତି ।

Get real time updates directly on you device, subscribe now.