fbpx

ଇତିହାସ ରଚିଲେ ବାର୍ଟ୍ଟି; ପ୍ରଥମ ଅଷ୍ଟ୍ରେଲୀୟ ମହିଳା ୱିମ୍ବଲଡନ ଚାମ୍ପିୟନ୍

ଲଣ୍ଡନ: ବିଶ୍ୱ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆର ଆସଲେ ବାର୍ଟ୍ଟିି ୱିମ୍ବଲଡନ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି । ଚେକ୍ ରିପବ୍ଲିକର କାରୋଲିନା ପ୍ଲିସକୋଭାଙ୍କୁ ତିନି ସେଟ ବିଶିଷ୍ଟ ମୁକାବିଲାରେ ପରାସ୍ତ କରି ବାର୍ଟ୍ଟି ୪୧ ବର୍ଷ ପରେ ପ୍ରଥମ ଅଷ୍ଟ୍ରେଲୀୟ ମହିଳା ଭାବରେ ୱିମ୍ବଲଡନ୍ ଉପରେ କବଜା କରିଛନ୍ତି । ୨୫ ବର୍ଷୀୟ ବାଟ୍ଟର୍କି ୬-୩, ୬-୭(୪) ଓ ୬-୩ ସେଟରେ ପ୍ଲିସକୋଭାଙ୍କୁ ପରାସ୍ତ କରିଛନ୍ତି । ଏହାକୁ ମିଶାଇ ବାର୍ଟ୍ଟି ନିଜ କ୍ୟାରିୟରର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି ।

ପ୍ରଥମ ସେଟକୁ ୬-୩ରେ ଜିତିବା ସହିତ ଦୃଢ ଭାବରେ ମ୍ୟାଚ ଆରମ୍ଭ କରିଥିଲେ ବାର୍ଟ୍ଟି । ତେବେ ଚମକ୍ରାର ପ୍ରତ୍ୟାବର୍ତ୍ତନ ସହିତ ଦ୍ୱିତୀୟ ସେଟକୁ ଟାଇବ୍ରେକରରେ ଜିତି ନେଇଥିଲେ ପ୍ଲିସକୋଭା । ନିର୍ଣ୍ଣାୟକ ତୃତୀୟ ସେଟରେ ବାର୍ଟ୍ଟି ଚମକ୍ରାର ପ୍ରଦର୍ଶନ ସହିତ ୬-୪ରେ ବିଜୟୀ ହୋଇ ଇତିହାସ ରଚିଥିଲେ । ଶେଷ ଥର ପାଇଁ ଅଷ୍ଟ୍ରେଲୀୟ ମହିଳା ଭାବରେ ୧୯୮୦ରେ ଏଭୋନ୍ନେ ଗୁଲାଗୋଙ୍ଗ ଏହି ସମ୍ମାନ ଜନକ ଅଲ ଇଂଲଣ୍ଡ ଟ୍ରଫି ହାସଲ କରିଥିଲେ ।

Get real time updates directly on you device, subscribe now.