ଡ୍ରଇଂ ରୁମ୍ ବଦଳେଇଦେବ ଆପଣଙ୍କ ଭାଗ୍ୟ, ରହିବନି କୌଣସି ଅଭାବ

ଜାଣନ୍ତୁ ଏହାର ଉପାୟ

ଓଡିଶା ଭାସ୍କର: ଡ୍ରଇଂ ରୁମ୍ ଦ୍ୱାରା ଚମକି ଉଠିବ ଆପଣଙ୍କ ଭାଗ୍ୟ। ଆଜ୍ଞା ହଁ, ଯଦି ଆପଣ ଏହାକୁ ସଠିକ ବାସ୍ତୁ ନିୟମ ଅନୁସାରେ ତିଆରି କରନ୍ତି, ତାହେଲେ ଆପଣଙ୍କ ଘରେ କୌଣସି ଜିନିଷର ଅଭାବ ରହିବ ନାହିଁ। ଘରର ସମୃଦ୍ଧି ବଢିବା ସହିତ ସଦସ୍ୟମାନେ ମଧ୍ୟ ଖୁସିରେ ରହିବେ।

ଡ୍ରଇଂ ରୁମ୍ ସହିତ ଜଡିତ ବାସ୍ତୁ ନିୟମ

ଡ୍ରଇଂ ରୁମ୍ ସର୍ବଦା ଉତ୍ତର-ପୂର୍ବ କୋଣରେ ରହିବା ଉଚିତ ଏବଂ ଏହାର କାନ୍ଥ ସୁନେଲି ରଙ୍ଗଯୁକ୍ତ ନହେବା ଆବଶ୍ୟକ। ଉତ୍ତର-ପୂର୍ବ କୋଣ ପାଇଁ ସୁନେଲି ରଙ୍ଗ କ୍ଷତିକାରକ ହୋଇଥାଏ । ଏହା କଳହ ସୃଷ୍ଟି କରିଥାଏ। ତେଣୁ, ଡ୍ରଇଂ ରୁମର ରଙ୍ଗ ଆକାଶୀ ହେବା ଉଚିତ।

ଏହାକୁ କେବେବି ବନ୍ଦ ରଖିବା ଉଚିତ୍ ନୁହେଁ। ଡ୍ରଇଂ ରୁମର ଝରକା ଏବଂ ଦ୍ୱାର ନିୟମିତ ଭାବେ ଖୋଲା ରଖିବା ଉଚିତ। ତା ସହିତ ଡ୍ରଇଂ ରୁମର ପୂର୍ବ କାନ୍ଥରେ ଏକ ପେଣ୍ଡୁଲମ୍ ଘଣ୍ଟା ଲଗାଇବା ଦରକାର। ଯାହାକି ସଙ୍ଗୀତ ଧ୍ୱନି ସୃଷ୍ଟି କରିଥାଏ।

ଡ୍ରଇଂ ରୁମ୍ ଦ୍ୱାର

ବାସ୍ତୁ ଅନୁସାରେ, ଡ୍ରଇଂ ରୁମର ଦ୍ୱାର ପୂର୍ବ କିମ୍ବା ଉତ୍ତର ଦିଗରେ ହେବା ଉଚିତ। ସେଠାରେ ରଖାଯାଇଥିବା ସୋଫା, ଚେୟାର ଇତ୍ୟାଦି ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ରହିବା ଆବଶ୍ୟକ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଡ୍ରଇଂ ରୁମର ଆକାର ଅନ୍ୟ ଘରର ଆକାର ତୁଳନାରେ ଟିକେ କମ ରହିବା ଦରକାର।

ଏହି ନିୟମ ଅନୁସାରେ ଡ୍ରଇଂ ରୁମ ହେଲେ ଘରେ ଶାନ୍ତି ବଢିବା ସହିତ କୌଣସି ପ୍ରକାର ଜିନିଷର ଅଭାବ ଦେଖାଯାଏ ନାହିଁ।