ଭୁବନେଶ୍ୱର, ୨୫ା୧(ଓଡ଼ିଶା ଭାସ୍କର): ବିମାନବନ୍ଦର ଦୁର୍ଘଟଣା ନେଇ ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏହାସହ ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରିଛି ବିଜେଡ଼ି ।
ଉଲ୍ଲେଖଯୋଗ୍ୟ ଯେ ଗତକାଲି ବିଳମ୍ବିତ ରାତ୍ରିରେ ରାଜଧାନୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଘଟଣ ଘଟିଥିଲା । ବିମାନବନ୍ଦର ପରିସରରେ ନିର୍ମାଣଧୀନ ଲିଙ୍କ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିଲା । ଟର୍ମିନାଲ-୧ ଓ ଟର୍ମିନାଲ-୨ ମଧ୍ୟରେ ଥିବା ଲିଙ୍କ୍ ବିଲ୍ଡିଂ ନିର୍ମାଣଧୀନ ଥିଲା । ସେଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସହ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ ।
ଅନ୍ୟପଟେ ଏହି ଘଟଣାରେ ଠିକାଦାର ଦିଲୀପ ଖଟେଇଙ୍କୁ ଅଟକ ରଖିଛି ପୋଲିସ । ତାଙ୍କୁ ଅଟକ ରଖିଛି ଏୟାରପୋର୍ଟ ଥାନା ପୋଲିସ । ତାଙ୍କୁ ଅଟକ ରଖି ଭୁବନେଶ୍ୱର ଡିସିପି ପଚରାଉଚରା କରୁଛନ୍ତି । ଏହାସହ କିଛି ଭୁଲ ଥିବା ନେଇ ଗତକାଲି ସ୍ୱୀକାର କରିଥିଲେ ଦିଲୀପ ।