fbpx
BSKY SKY
BSKY SKY

ଇଂଲଣ୍ଡ ବିପକ୍ଷ ଟେଷ୍ଟ: ଭାରତୀୟ ଦଳ ଘୋଷଣା କଲା BCCI, ୨୨ ବର୍ଷୀୟ ୱିକେଟ କିପରଙ୍କୁ ସୁଯୋଗ

BSKY

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ତେଣୁ ତା’ ପୂର୍ବରୁ ଭାରତୀୟ ଦଳ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ରୋହିତ ଶର୍ମା ଏହି ଟେଷ୍ଟ ସିରିଜରେ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ଓ ଯଶପ୍ରୀତ ବୁମ୍ରା ଉପନାୟକ ହୋଇଛନ୍ତି । ତେବେ ଟେଷ୍ଟ ସରିଜରେ ଜଣେ ୨୨ ବର୍ଷୀୟ ୱିକେଟକିପରଙ୍କୁ ସ୍ଥାନ ମିଳିଛି ।

ଭାରତୀୟ ଟେଷ୍ଟ ଟିମ୍: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ୱିକେଟ କିପର), କେଏସ ଭରତ (ୱିକେଟ କିପର), ଧ୍ରୁବ ଜୁରେଲ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଯଶପୀତ ବୁମ୍ରା (ଉପଅଧିନାୟକ, ଆବେଶ ଖାନ ।

ତେବେ ୨୨ ବର୍ଷୀୟ ୱିକେଟ କିପର ଧ୍ରୁବ ଜୁରେଲଙ୍କୁ ଏହି ଟେଷ୍ଟ ସିରିଜରେ ସରପ୍ରାଇଜ ଭାବେ ଏଣ୍ଟ୍ରି ମିଳିଥିବା ବେଳେ ଈଶାନ କିଶାନ ଓ ମହମ୍ମଦ ଶାମୀଙ୍କୁ ସ୍ଥାନ ମିଳିନାହିଁ । ବିଶ୍ୱକପ ସମୟରେ ଶାମୀ ଆହତ ହେଇଥିବାରୁ ବର୍ତ୍ତମାନ ସେ ସୁସ୍ଥ ହୋଇ ନାହାନ୍ତି । ପ୍ରଥମ ଦୁଇଟି ମ୍ୟାଚ ପାଇଁ ଏହି ଟିମ୍ ଘୋଷଣା କରାଯାଇଥିବା ଜଣାପଡ଼ିଛି । ଜାନୁଆରୀ ୨୫-୨୯ ପ୍ରଥମ ଟେଷ୍ଟ, ଫେବୃଆରୀ ୨-୬ ଦ୍ୱିତୀୟ ଟେଷ୍ଟ, ଫେବୃଆରୀ ୧୫-୧୯ ତୃତୀୟ ଟେଷ୍ଟ, ଫେବୃଆରୀ ୨୩-୨୭ ଚତୁର୍ଥ ଟେଷ୍ଟ, ମାର୍ଚ୍ଚ ୭-୧୧ ପଞ୍ଚମ ଟେଷ୍ଟ । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ୨୦୨୩-୨୫ ପୂର୍ବରୁ ଭାରତ ପାଇଁ ଏହି ସିରିଜ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ । ପ୍ରଦର୍ଶନ ଖରାପ ହେଲେ ପଏଣ୍ଟ ଟେବୁଲରେ ଭାରତ ତଳକୁ ଖସିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.