fbpx

TATA IPL 2023: ପ୍ଲେ ଅଫ୍ ଏବଂ ଫାଇନାଲ୍ ପାଇଁ କାର୍ଯ୍ୟସୂଚୀ ଏବଂ ଭେନ୍ୟୁ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ଟାଟା ଆଇପିଏଲ୍ ୨୦୨୩ ପ୍ଲେ ଅଫ୍ ଏବଂ ଫାଇନାଲ କାର୍ଯ୍ୟସୂଚୀ ଘୋଷଣା କରିଛି ବିସିସିଆଇ । ଚେନ୍ନାଇ ଏବଂ ଅହମ୍ମଦାବାଦରେ ୨୩ ମେ’ରୁ ୨୮ ମେ ପର୍ଯ୍ୟନ୍ତ ପ୍ଲେ ଅଫ୍ ଏବଂ ଫାଇନାଲ୍ ଖେଳାଯିବ । କ୍ୱାଲିଫାୟର୍‌-୧ ମେ ୨୩ ରେ ଏମ.ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଏବଂ ୨୪ ମେ’ରେ ଏଲିମିନେଟର ଅନୁଷ୍ଠିତ ହେବ ।

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଯଥାକ୍ରମେ ୨୬ ଓ ୨୮ ମେ’ରେ କ୍ୱାଲିଫାୟର-୨ ଏବଂ ଟାଟା ଆଇପିଏଲ ଫାଇନାଲ ଆୟୋଜନ ହେବ ।

ଚଳିତ ବର୍ଷ ଆଇପିଏଲ୍ ଆରମ୍ଭ ୩୧ ମାର୍ଚ୍ଚ ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହୋଇଥିଲା । ପ୍ରଥମ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ହୋଇଥିଲା । ଏବେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମଧୟ ଏହି ଷ୍ଟାଡିୟମରେ ଖେଳାଯିବ । ବିସିସିଆଇ ଫେବୃଆରୀ ମାସରେ ଲିଗ୍ ପର୍ଯ୍ୟାୟ ପାଇଁ କାର୍ଯ୍ୟସୂଚୀ ଏବଂ ଭେନ୍ୟୁ ଘୋଷଣା କରି ସାରିଥିଲା । ଲିଗ୍ ପର୍ଯ୍ୟାୟରେ ମୋଟ୍ ୭୦ ମ୍ୟାଚ୍ ଖେଳାଯିବ । ଲିଗ୍ ପର୍ଯ୍ୟାର ଶେଷ ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ୨୧ ମେ’ରେ ଖେଳାଯିବ । ଏହାପରେ ପ୍‌ଲ ଅଫ୍ ମୁକାବିଲା ଖେଳାଯିବ ।

Get real time updates directly on you device, subscribe now.