fbpx

ଅମ୍ପୟାରଙ୍କ ପାଇଁ ଏ+ କ୍ୟାଟେଗୋରୀ ଲାଗୁ କଲା ବିସିସିଆଇ: ତାଲିକାରେ ୪ ଭାରତୀୟ ଅମ୍ପାୟରଙ୍କ ନା, ଜାଣନ୍ତୁ କଣ ମିଳିବ ସୁବିଧା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଖେଳାଳିଙ୍କ ପାଇଁ ବିଭିନ୍ନ ଗ୍ରେଡେସନ ବ୍ୟବସ୍ଥା ଲାଗୁ କରିଥିବା ବେଳେ ବର୍ତ୍ତମାନ ଅମ୍ପାୟରଙ୍କ ପାଇଁ ନୂତନ ଭାବେ ଲାଗୁ କରିଛି ଏ+ କ୍ୟାଟୋଗୋରୀ ଗ୍ରେଡେସନ ବ୍ୟବସ୍ଥା । ଆଇସିସି ଏଲିଟ ପ୍ୟାନେଲ ସଦସ୍ୟ ତଥା ଅମ୍ପାୟର ନିତିନ ମେନନ ଏ+ କ୍ୟାଟେଗୋରୀରେ ସ୍ଥାନ ପାଇଥିବା ଅମ୍ପାୟରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ।

ଏହି କ୍ୟାଟେଗୋରୀରେ ସ୍ଥାନ ପାଇଥିବା ଅନ୍ୟ ଭାରତୀୟ ଅନ୍ତର୍ଜାତୀୟ ୪ ଅମ୍ପାୟର ମାନେ ହେଲେ ଅନିଲ ଚୌଧୁରୀ , ମଦନଗୋପାଲ ଜୟରମଣ ବିରେନ୍ଦ୍ର କୁମାର ଶର୍ମା,ଓ କେ ଏନ ଅନନ୍ତପଦ୍ମନାଭନ । ଅନ୍ୟ ଅମ୍ପାୟର ମାନେ ହେଲେ ରୋହନ ପଣ୍ଡିତ, ନିଖିଲ ପଟବର୍ଦ୍ଧନ, ସଦାଶିବ ଆୟାର, ଉଲାସ ଗାନେ୍ଧ, ଓ ନବଦୀପ ସିଂ ସିଦ୍ଧୁ ।

ସେହିପରି କ୍ୟାଟେଗୋରୀ ଏ’ରେ ୨୦ ଜଣ ଅମ୍ପାୟର , କ୍ୟାଟେଗୋରୀ ବି’ରେ ୬୦, କ୍ୟାଟେଗୋରୀ ସି’ରେ ୪୬ ଜଣ ଓ କ୍ୟାଟେଗୋରୀ ଡି’ରେ ୬୦ରୁ ୬୫ ବୟସ ମଧ୍ୟରେ ୧୧ ଜଣ ଅମ୍ପାୟର ସ୍ଥାନ ପାଇଛନ୍ତି । କ୍ୟାଟେଗୋରୀ ଏ’ ଅମ୍ପାୟରଙ୍କୁ ପ୍ରଥମ ଶ୍ରେଣୀ ମ୍ୟାଚର ଗୋଟିଏ ଦିନ ପାଇଁ ୪୦ ହଜାର, ବି ଓ ସି କ୍ୟାଟେଗୋରୀ ଅମ୍ପାୟରଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

ସୂଚନା ଯୋଗ୍ୟ ଯେ ଭାରତରେ ସଂଖ୍ୟାଧିକ ବିଶ୍ୱ ସ୍ତରୀୟ କ୍ରିକେଟର ସୃଷ୍ଟି ହୋଇ ପାରୁ ଥିବା ବେଳେ ଆଜି ପର୍ଯ୍ୟନ୍ତ ଦକ୍ଷ ଅମ୍ପାୟର ସୃଷ୍ଟି ହୋଇ ପାରୁ ନାହାନ୍ତି । ଏପରିକି ଆଇପିଏଲରେ ଭାରତୀୟ ଅମ୍ପାୟରଙ୍କ ମ୍ୟାଚ ପରିଚାଳନା ଷ୍ଟାଣ୍ଡାର୍ଡକୁ ମଧ୍ୟ ସମାଲୋଚନା କରା ଯାଉଛି । ବର୍ତ୍ତମାନ ଭାରତର ଏକମାତ୍ର ଅମ୍ପାୟର ନିତିନ ମେନନ ଆଇସିସି ଏଲିଟ ଅମ୍ପାୟର ପ୍ୟାନେଲରେ ସ୍ଥାନ ପାଇଛନ୍ତି ।

Get real time updates directly on you device, subscribe now.