fbpx

ଘୋଷଣା ହେଲା ମହିଳା କ୍ରିକେଟରଙ୍କ ଦରମା: ୩ଟି ଗ୍ରେଡରେ ବିଭକ୍ତ ହେଲା ଇଣ୍ଡିଆନ ଓମେନ୍ସ କ୍ରିକେଟ ଟିମ

ନୂଆଦିଲ୍ଲୀ: ବିସିସିଆଇ ଦ୍ୱାରା ପ୍ରସ୍ତୁତ ଏହି ତାଲିକାରେ ଖେଳାଳିମାନଙ୍କୁ ତିନିଟି ଗ୍ରେଡରେ ବିଭକ୍ତ କରାଯାଇଛି । ଏ ଗ୍ରେଡରେ ସ୍ଥାନ ପାଇଥିବା ଖେଳାଳିଙ୍କୁ ବାର୍ଷିକ ୫୦ ଲକ୍ଷ ଟଙ୍କା ଦରମା ପ୍ରଦାନ କରାଯିବ । ତେବେ ବି ଗ୍ରେଡର ଖେଳାଳି ୩୦ ଏବଂ ସି ଗେଡ ଖେଳାଳିମାନେ ୧୦ ଲକ୍ଷ ଟଙ୍କା ଲେଖାଏଁ ର୍ବାେିକ ଦରମା ପାଇବେ ।

ଏ ଗ୍ରେଡରେ ରହିଛନ୍ତି ଭାରତର ଅଧିନାୟକ ମିଥାଲି ରାଜ ଏବଂ ଅର୍ଜୁନ ପୁରସ୍କାର ପ୍ରାପ୍ତ ମହିଳା କ୍ରିକେଟର ସ୍ମୃତି ମନ୍ଧାନା । ତାଙ୍କ ବାର୍ଷିକ ଦରମା ୫୦ ଲକ୍ଷ ଟଙ୍କା ସ୍ଥିର କରିଛି ବିସିସିଆଇ । ତେବେ ତାଙ୍କ ସହିତ ଦଳର ଷ୍ଟାର ଅଲରାଉଣ୍ଡର ହରମନପ୍ରୀତ କୌର ଏବଂ ଲେଗ ସ୍ପିନର ପୁନମ ଯାଦବ ଏଗ୍ରେଡରେ ନିଜ ସ୍ଥାନ ପକ୍କା କରିଛନ୍ତି । ତେବେ ବୋର୍ହ ଦ୍ୱାରା ଏହି ଖେଳାଳିମାନଙ୍କୁ ବାର୍ଷିକ ୫୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

ସେହିପରି ଦ୍ୱିତୀୟ ବା ବି ଗ୍ରେଡରେ ସ୍ଥାନ ପାଇଛନ୍ତି ପେସ ବୋଲର ଝୁଲଣ ଗୋସ୍ୱାମୀ, ବାମହାତୀ ବ୍ୟାଟର ଦିପ୍ତୀ ଶର୍ମା ଏବଂ ଅଲରାଉଣ୍ଡର ସ୍ନେହ ରାଣା । ଲେଫ୍ଟ ଆର୍ମ ସ୍ପିନର ଏକତା ମଧ୍ୟ ବି ଗ୍ରେଡରେ ନିଜ ନାମ ଦାଖଲ କରିଛନ୍ତି । ଏହି ଖେଳାଳିଙ୍କ ଦରମା ବାର୍ଷିକ ୩୦ ଲକ୍ଷ ଟଙ୍କା ଲେଖାଏଁ ସ୍ଥିର କରିଛି ବିସିସିଆଇ ।

ଅନ୍ୟ ପକ୍ଷରେ ସି ଗ୍ରେଡରେ ସ୍ଥାନ ପାଇଛନ୍ତି ଦଳର ବାକି ଖେଳାଳି । ଓପନର ରିଚା ଘୋଷ, ବୋଲର ରାଜେଶ୍ୱରୀ ଗାଏକ୍ୱାଡ, ତାନିୟା ଭାଟିଆ, ଶେଫାଳୀ ବର୍ମାଙ୍କ ସମେତ ଏହି ତାଲିକାରେ ସ୍ଥାନ ପାଇଛନ୍ତି ପୂଜା ବସ୍ତ୍ରକାର, ୟାସ୍ତିକା ଭାଯିଆ, ମେଘନା ସିଂହ, ରେଣୁକା ସିଂହ, ଏବଂ ଅଲରାଉଣ୍ଡର ସିମ୍ରନ ଦିଲ ବାହାଦୂର । ତେବେ ଏହି ଖେଳାଳିମାନଙ୍କୁ ବାର୍ଷିକ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ସ୍ଥିର କରିଛି ଭାରତୀୟ କ୍ରିକେଟ ବୋର୍ଡ ।

Get real time updates directly on you device, subscribe now.