ଏହି ଲିଗ ବିରୋଧରେ ବିସିସିଆଇର ବଡ଼ ପଦକ୍ଷେପ, ଅନ୍ୟ ବୋର୍ଡ ସହ ମିଶି ନେଲା ଏହି ନିଷ୍ପତ୍ତି

ଏହି ଲିଗକୁ ବଡ଼ ଝଟକା, ବିସିସିଆଇ ଏବଂ ଇସିବି ବିରୋଧ କରିବାକୁ ଏକଜୁଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏବଂ .. ନିଜ ଟି୨୦ ଟୁର୍ଣ୍ଣାମେଣ୍ଟକୁ ଦୁର୍ବଳ କରିବାକୁ ଚାହୁଁ ନାହାନ୍ତି। ଏଥିପାଇଁ ଏମାନେ ମିଳିତ ବାବେ ୪୦୦ ମିଲିୟନ ଡଲାର (୩୪୪୨ କୋଟି ଟଙ୍କା)ର ସାଉଦୀ ଟି୨୦ ଲିଗକୁ ସମର୍ଥନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବର୍ତ୍ତମାନର ଆଇସିସି ଅଧ୍ୟକ୍ଷ ଜୟ ଶାହ, ସେ ବିସିସିଆଇର ପୂର୍ବତନ ସଚିବ। ତେଣୁ ସେ ଏହି ମାମଲାରେ ବିସିସିଆଇ ବିରୋଧରେ ନ ଯିବାର ସମ୍ଭାବନା ବହୁତ କମ୍‌। ଏହି କାରଣରୁ ସାଉଦୀ ଟି୨୦ ଲିଗର ଆୟୋଜନ ପ୍ରଶ୍ନବାଚୀ ଘେରରେ ଆସିଛି।

ବିସିସିଆଇ ଏବଂ ଇସିବି ବିରୋଧ କରିବାକୁ ଏକଜୁଟ: ବ୍ରିଟିଶ ନ୍ୟୁଜପେପର ‘ଦ ଗାର୍ଜିୟନ’ର ରିପୋର୍ଟ ମୁତାବକ ଏହି ମାସରେ ଲର୍ଡସରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ସମୟରେ ଇସିବି ଏବଂ ବିସିସିଆଇ ନୂଆ ଲିଗର ବିରୋଧ କରିବା ଲାଗି ଏକଜୁଟ ହେବା ପାଇଁ ସହମତି ପ୍ରକାଶ କରିଛନ୍ତି।

ଦୁଇ ବୋର୍ଡ ଏହି କଥା ଉପରେ ଏକଜୁଟ ହୋଇଛନ୍ତି ଯେ, ନିଜ ଖେଳାମାନଙ୍କୁ ନୂଆ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବା ଲାଗି ଏନଓସି ଜାରି କରିବେ ନାହିଁ। ଏଥିରେ ଦୁଇ ଦେଶର ଖଳୋଳିଙ୍କର ଏହି ଲିଗରେ ଖେଳିବାକୁ ଅନୁମତି ପାଇବେ ନାହିଁ। ଏହା ବ୍ୟତୀତ ଦୁଇ ବୋର୍ଡ ଏଥିସହ ଆଇସିସିରୁ ତାଙ୍କ ସମର୍ଥନ ପାଇଁ ଅନୁରୋଧ କରିବେ।