fbpx

କରୋନା ଲଢେଇରେ ଆଗକୁ ଆସିଲା ବିସିସିଆଇ, ୨୦୦୦ ଅକ୍ସିଜେନ କନସେନଟ୍ରେଟର ଦେବାପାଇଁ ଘୋଷଣା

ନୂଆଦିଲ୍ଲୀ: ଭାରତ ଏହି ସମୟରେ କରୋନା ମହାମାରୀର ଦ୍ୱିତୀୟ ଲହର ସହ ଲଢୁଛି ଅବଶ୍ୟ କିଛି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଥିବାବେଳେ ଏବେବି ଅନେକ ରାଜ୍ୟରେ ସ୍ଥିତି ସଙ୍ଗୀନ ରହିଛି, ଏହି ସମୟରେ ଭାରତକୁ ସାହଯ୍ୟ କରିବା ପାଇଁ ବିଭିନ୍ନ ସ୍ତରରୁ ସହାୟତାର ହାତ ବଢିଛି । ତେବେ ଏହି ପରିପ୍ରେକ୍ଷୀରେ ସାହାଯ୍ୟ ପାଇଁ ଆଗକୁ ଆସିଛି ବିସିସିଆଇ । ବିସିସିଆଇ ଦେଶକୁ ୨୦୦୦ କନସେନଟ୍ରେଟର ଦେବାପାଇଁ ଘୋଷଣା କରିଛି । ଆଗାମୀ କିଛି ମାସରେ ଏହି କନସେନଟ୍ରେଟର ଦେଶରେ ଆବଶ୍ୟକଥିବା ହସ୍ପିଟାଲ ତଥା ଲୋକମାନଙ୍କୁ ଦିଆଯିବ । ତେବେ ଏହା ପୂର୍ବରୁ ବିରାଟ କୋହଲି, ଋଷଭ ପନ୍ଥ, ହନୁମା ବିହାରୀ, ହାର୍ଦିକ ପଣ୍ଡ୍ୟା, କୃଣାଲ ପଣ୍ଡ୍ୟା, ଶିଖର ଧୱନଙ୍କ ସହ ଅନେକ ଭାରତୀୟ ଖେଳାଳୀ କରୋନାର ଏହି ଲଢେଇରେ ଭାରତକୁ ସାହାଯ୍ୟ କରିଛନ୍ତି । ଭାରତରେ ଏବେବି ପ୍ରତିଦିନ ୨ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ମାମଲା ଦେଖାଯାଉଛି ।

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି, କରୋନା ବିରୋଧୀ ଲଢେଇରେ ମେଡିକାଲ ଏବଂ ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ ଥିବା ଲୋକେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣକରିଛନ୍ତି ସେମାନେ ଏବେବି ଭାରରସ ସହ ଲଢୁଛନ୍ତି । ସେ କହିଛନ୍ତି ବାସ୍ତବରେ ସେମାନେ ଆଗ ଧାଡିର ଯୋଦ୍ଦାଭାବେ କାମ କରିଛନ୍ତି ଏବଂ ଆମକୁ ବଞ୍ଚାଇବା ପାଇଁ ସବୁ ସମ୍ଭବ ପ୍ରୟାସ କରିଛନ୍ତି । ବୋର୍ଡ ସବୁବେଳେ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ପ୍ରାଧାନ୍ୟ ଦେଇଛି, ଏବଂ ଆମେ ଏହି ଉଦ୍ଦେଶ୍ୟ ପାଇଁ ପ୍ରତିବଦ୍ଧ । ଅକ୍ସିଜେନ କନସେନଟ୍ରେଟର ଲୋକଙ୍କୁ ଆରାମ ଦେବ ।

ବୋର୍ଡ ସଚିବ ଜୟ ଶାହା କହିଛନ୍ତି, କରୋନା ବିରୋଧୀ ଏହି ଲଢେଇରେ ଆମେ ସମସ୍ତଙ୍କ ସହ କାନ୍ଧେ କାନ୍ଧ ମିଶାଇ ଛିଡା ହେବୁ । ବିସିସିଆଇ ଏହି ସଂଙ୍କଟ ସମୟରେ ଚିକିତ୍ସା ଉପକରଣର ଆବଶ୍ୟକତାକୁ ବୁଝିଛି । ସେ କହିଛନ୍ତି ଏହି ଭଳି ପ୍ରୟାସ ଦ୍ୱାରା ଦେଶରେ ଆବଶ୍ୟକ ହେଉଥିବା ଅକ୍ସିଜେନର ପରିମାଣ କମ କରାଯାଇପାରିବ । ଏବେ ଟୀକାକରଣ ଚାଲିଛି ସମସ୍ତେ ଟୀକା ନିଅନ୍ତୁ ।

Get real time updates directly on you device, subscribe now.