କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର, ବେଶୀଦିନ ନୁହେଁ, ମାତ୍ର ସପ୍ତାହେ ପାଇଁ ସ୍ଥଗିତ ରହିଛି IPL ମ୍ୟାଚ୍

ଭାରତ-ପାକିସ୍ତାନ ଉତ୍ତଜନା ମଧ୍ୟରେ ସପ୍ତାହେ ପାଇଁ IPL ସ୍ଥଗିତ। ସୂଚନା ଦେଲା BCCI।

ନୂଆଦିଲ୍ଲୀ:  ମନ ଦୁଃଖ କରନ୍ତୁନି କ୍ରିକେଟ୍ ପ୍ରେମୀ। ବେଶୀ ଦିନ ନୁହେଁ। ମାତ୍ର ସପ୍ତାହେ ପାଇଁ ସ୍ଥଗିତ ରହିବ IPL ମ୍ୟାଚ୍। ଗୋଟିଏ ସପ୍ତାହ ପରେ ପୁଣି ପଡିଆକୁ ଓହ୍ଲାଇବେ କ୍ରିକେଟର। ଆଉ ନିଜ ନିଜ ଟିମର ଛକା ଚୌକା ଦେଖି ଖୁସି ହେବେ କ୍ରିକେଟ୍ ପ୍ରେମୀ।

ଏବେ ଭାରତ-ପାକିସ୍ତାନ ମଧ୍ୟରେ ଲାଗିରହିଛି ଉତ୍ତେଜନା। ଯାହାକି ଆଗକୁ ଭୟଙ୍କର ଯୁଦ୍ଧର ରୂପ ନେବ କି ନାହିଁ, ତାହା ଆକଳନ କରାଯାଇପାରୁନାହିଁ। ଯେହେତୁ ଏବେ ଦେଶର ବିଭିନ୍ନ ସ୍ଥାନରେ ହାଇ ଆଲର୍ଟ ଜାରି କରାଯାଇଛି, ତେଣୁ IPL ମ୍ୟାଚକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି।

ଯଦି ଦେଖିବା ଆଇପିଏଲର ଆଉ ୧୬ଟି ମ୍ୟାଚ୍ ବାକି ଅଛି। ହେଲେ ଭାରତ- ପାକ୍ ଉତ୍ତେଜନା ମଧ୍ୟରେ ମ୍ୟାଚକୁ ଅନିଶ୍ଚିତ କାଳ ପାଇଁ ସ୍ଥଗିତ ରଖିବାକୁ ବିସିସିଆଇ ନିଷ୍ପତ୍ତି ନେଇଥିବାବେଳେ , ପରେ ଏହାକୁ ମାତ୍ର ସପ୍ତାହକ ପାଇଁ  ସ୍ଥଗିତ ରଖାଯାଇଥିବା ସ୍ପଷ୍ଟ କରିଛି BCCI।

ହେଲେ ଏଯାଏଁ କେଉଁ ସ୍ଥାନରେ ମ୍ୟାଚ୍ ଖେଳାଯିବ ସେ ନେଇ କୌଣସି ସୂଚନା ଦିଆଯାଇନାହିଁ। ସମସ୍ତ ଷ୍ଟେକହୋଲ୍ଡର୍ସଙ୍କ ସହ ଆଲୋଚନା ପରେ ନୂଆ ସିଡ୍ୟୁଲ ଘୋଷଣା କରାଯିବ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗୁରୁବାର ରାତିରେ, ୮ ମଇ ରାତିରେ IPL ୨୦୨୫ର ପଞ୍ଜାବ କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ବାତିଲ କରିବାକୁ ପଡିଲା। ଧର୍ମଶାଳାରୁ ଗୋଟିଏ ମ୍ୟାଚ୍ ସ୍ଥାନାନ୍ତରିତ ହୋଇସାରିଛି।

ତେଣୁ IPL ମ୍ୟାଚକୁ ସପ୍ତାହେ ପାଇଁ ସ୍ଥଗିତ ରଖାଯାଇଛି। ଏନେଇ ସୂଚନା ଦେଇଛି ବିସିସିଆଇ। ଯଦି ଦେଖିବା କରୋନା ପରିସ୍ଥିତି ସମୟରେ ମଧ୍ୟ IPLକୁ ସ୍ଥଗିତ ରଖାଯାଇଥିଲା।