fbpx

BCCI ନେଲା ବଡ ନିଷ୍ପତ୍ତି: ଏସିଆନ ଗେମ୍ସରେ ଭାଗ ନେବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଆଗାମୀ ଏସିଆନ ଗେମ୍ସ-୨୦୨୩ କୁ ନେଇ ଏକ ବଡ ନିଷ୍ପତ୍ତି ନେଇଛି ଭାରତୀୟ କ୍ରିକେଟ ବୋର୍ଡ । ଏଣିକି ଏସିଆନ ଗେମ୍ସ ପାଇଁ ଭାରତ ପୁରୁଷ ଏବଂ ମହିଳା କ୍ରିକେଟ ଦଳକୁ ପଠାଇବା ପାଇଁ ପ୍ରସ୍ତୁତ ହୋଇଛି । ପୂର୍ବରୁ ବିସିସିଆଇ ଏହି ଏସିଆଡ ଗେମ୍ସରେ ନିଜ ଦଳକୁ ପଠାଇବା ପାଇଁ ରାଜି ନଥିଲା । କିନ୍ତୁ ବର୍ତ୍ତମାନ ଏଥିପାଇଁ ଗ୍ରୀନ ସିଗନାଲ ଦେଇଛି ବିସିସିଆଇ । ଚୀନରେ ଆୟୋଜିତ ହେବାକୁ ଯାଉଥିବା ଏସିଆନ ଗେମ୍ସରେ କ୍ରିକେଟ ମ୍ୟାଚଗୁଡିକ ଟି-୨୦ ଫର୍ମାଟରେ ଖେଳାଯିବ ।

ସୂଚନା ଅନୁସାରେ, ଚୀନରେ ଏସିଆନ ଗେମ୍ସ ସମୟରେ ଭାରତରେ ଦିନିକିଆ ବିଶ୍ୱକପ ଖେଳିବ ଟିମ ଇଣ୍ଡିଆ । ତେଣୁକରି ଏସିଆଡ ଗେମ୍ସରେ ଭାରତ ନିଜର ବି’ ଟିମକୁ ପଠାଇବା ପାଇଁ ନିଷ୍ପତ୍ତି ନେଇଛି । ସେହିପରି ଟିମ ଇଣ୍ଡିଆର ଶ୍ରେଷ୍ଠ ମହିଳା କ୍ରିକେଟ ଟିମ ଏସିଆଡ ଗେମ୍ସରେ ଅଂଶ ନେବ । ଏସିଆ ଗେମ୍ସର ଆୟୋଜନ ସେପ୍ଟେମ୍ବର ୨୩ ତାରିଖରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଯାଉଛି ଏହି ଏସିଆନ ଗେମ୍ସ । ତେବେ ଆଇସିସି ବିଶ୍ୱକପ ଅକ୍ଟୋବର ୫ ତାରିଖରୁ ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଏହି ସିରିଜ ପାଇଁ ବିସିସିଆଇ ଜୁନ୍ ୩୦ ତାରିଖରେ ସ୍କ୍ୱାଡ ଘୋଷଣା କରିବ ବିସିସିଆଇ ।

ଏହାପୂର୍ବରୁ ୨୦୧୦ ଏବଂ ୨୦୧୪ ମସିହାରେ ବିସିସିଆଇ ଏସିଆନ ଗେମ୍ସରେ କ୍ରିକେଟ ଇଭେଣ୍ଟରେ ଭାଗ ନେବାକୁ ମନା କରିଥିଲା ଟିମ ଇଣ୍ଡିଆ । ଏହି ସିରିଜ ପାଇଁ ଭାରତର ପୁରୁଷ କିମ୍ବା ମହିଳା ଟିମ୍ ଭାଗ ନେବା ପାଇଁ ପହଞ୍ଚି ନଥିଲା । ସେହିପରି ୨୦୧୮ ଜକାର୍ତ୍ତା ଏସିଆ ଗେମ୍ସରେ କ୍ରିକେଟ ଇଭେଣ୍ଟକୁ ବାଦ୍ ଦିଆ ଯାଇଥିଲା ।

Get real time updates directly on you device, subscribe now.