fbpx

ଭାରତୀୟ କ୍ରିକେଟରଙ୍କୁ BCCI ଦେବ ବଡ଼ ଉପହାର: ଘୋଷଣା କଲେ ଜୟ ଶାହ

ନୂଆଦିଲ୍ଲୀ: ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ରହିଛି ଟିମ ଇଣ୍ଡିଆ । ଟି-୨୦ ସିରିଜ ବିଜୟ ପରେ ଦିନିକିଆ ସିରିଜ ଖେଳୁଛି ଟିମ ଇଣ୍ଡିଆ । ଏହା ଭିତରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ କ୍ରିକେଟ ବୋର୍ଡ ଭାରତୀୟ କ୍ରିକେଟରମାନଙ୍କୁ ଦେଇଛି ବଡ଼ ଉପହାର । ଏ ନେଇ ସୋସିଆଲ ମିଡିଆରେ ବଡ଼ ଘୋଷଣା କରିଛନ୍ତି ବିସିସିଆଇ ସଚିବ ଜୟ ଶାହ । ଏହାଦ୍ୱାରା କ୍ରିକେଟର ଉତ୍ଥାନ ହେବ ଏବଂ ଖେଳାଳିମାନଙ୍କୁ ଅତ୍ୟାଧୁନିକ ସୁବିଧା ମିଳିପାରିବ ।

ଜୟ ଶାହ ଏ ନେଇ ଟ୍ୱିଟରରେ ଲେଖିଛନ୍ତି ଯେ, ବିସିସିଆଇର ନୂତନ ଜାତୀୟ କ୍ରିକେଟ୍ ଏକାଡେମୀ (NCA) ପ୍ରାୟ ସଂପୂର୍ଣ୍ଣ ହୋଇଛି ଏବଂ ଶୀଘ୍ର ବେଙ୍ଗାଲୁରୁରେ ଖୋଲିବ । ନୂତନ ଏନସିଏରେ ତିନୋଟି ବିଶ୍ୱ ସ୍ତରୀୟ ଖେଳ କ୍ଷେତ୍ର, ୪୫ ଅଭ୍ୟାସ ପିଚ୍, ଇନଡୋର କ୍ରିକେଟ୍ ପିଚ୍, ଅଲିମ୍ପିକ୍ ଆକାରର ସୁଇମିଂ ପୁଲ୍ ଏବଂ ଅତ୍ୟାଧୁନିକ ତାଲିମ, ପୁନରୁଦ୍ଧାର ଏବଂ କ୍ରୀଡା ବିଜ୍ଞାନ ସୁବିଧା ରହିବ । ଏହି ପଦକ୍ଷେପ ଆମ ଦେଶର ସାମ୍ପ୍ରତିକ ଏବଂ ଭବିଷ୍ୟତର କ୍ରିକେଟରମାନଙ୍କୁ ସର୍ବୋତ୍ତମ ପରିବେଶରେ ସେମାନଙ୍କର ଦକ୍ଷତା ବିକାଶରେ ସାହାଯ୍ୟ କରିବ ।

ବେଙ୍ଗାଲୁରୁରେ ଆଉ ଏକ ଜାତୀୟ କ୍ରିକେଟ୍ ଏକାଡେମୀ (NCA) ଅଛି । ଯଦି ଟିମ୍ ଇଣ୍ଡିଆର କୌଣସି ଖେଳାଳି ଆହତ ହୁଅନ୍ତି, ତେବେ ସେ ରିକଭରୀ ପାଇଁ ଏନସିଏକୁ ଯାଆନ୍ତି। ଏହା ୨୦୦୦ ରେ ପ୍ରତିଷ୍ଠିତ ହୋଇଥିଲା । ଏହା ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ । ୨୦୧୪ ରେ ବୋର୍ଡ କ୍ରିକେଟ୍ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ ସହିତ ସହଯୋଗ କରି ଏହାର ନୂତନ ଗଠନ ଉପରେ ବିଶେଷଜ୍ଞଙ୍କ ମତାମତ ଲୋଡିଥିଲା। ବର୍ତ୍ତମାନ ପୂର୍ବତନ ଭାରତୀୟ କ୍ରିକେଟର ଏନସିଏର ମୁଖ୍ୟ ଭିସିଏସ୍ ଲକ୍ଷ୍ମଣ ରହିଛନ୍ତି।

Get real time updates directly on you device, subscribe now.