fbpx

ଭାରତୀୟ କ୍ରିକେଟ ଦଳକୁ ସତର୍କ କଲା ବିସିସିଆଇ, କରୋନା ପାଇଁ ଖେଳାଳିଙ୍କୁ ଅଧିକ ସମୟ ବାହାର ବୁଲାବୁଲି ନ କରିବା କଲା ବାରଣ

ନୂଆଦିଲ୍ଲୀ: ସଂପ୍ରତି ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ଅଧିକ ସମୟ ବାହାର ବୁଲାବୁଲି ନ କରିବା ପାଇଁ ବିସିସିଆଇ ସତର୍କ କରି ଦେଇଛି । କାରଣ ଅଧିନାୟକ ରୋହିତ ଶର୍ମା କରୋନାରେ ଆକ୍ରାନ୍ତ ହେବା ପରେ ବିସିସିଆଇ ଭୟଭୀତ ହୋଇ ପଡିଛି । ଭାରତୀୟ ଖେଳାଳି ବାହାରେ ଅଧିକ ବୁଲିବା ଅଭ୍ୟାସ ଥିବାରୁ ବିସିସିଆଇ ଏହା ଉପରେ କଟକଣା ଲଗାଇଛି । କାରଣ ଇଂଲଣ୍ଡରେ ଖେଳାଳିଙ୍କ ପାଇଁ କୌଣସି ବାୟୋ ବବଲ ବ୍ୟବସ୍ଥା କରା ଯାଇ ନାହିଁ । ତେଣୁ ଭାରତୀୟ ଦଳ ଅତି ସତର୍କତାର ସହିତ ରହିବାକୁ ପଡିବ ।

କାରଣ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ସହିତ ଭାରତ ଟି-୨୦ ଓ ଦିନିକଆ ସିରିଜ ଖେଳିବା କାର୍ଯ୍ୟକ୍ରମ ରହିଛି । ମୁଖ୍ୟତଃ ରୋହିତ ଶର୍ମା ଓ ବିରାଟ କୋହଲି ବହାରେ ବୁଲାବୁଲି କରିବା ସହିତ ସେମାନଙ୍କ ଫ୍ୟାନଙ୍କ ସହିତ ଫଟୋ ଉଠାଇ ଇଣ୍ଟରନେଟରେ ପୋଷ୍ଟ କରୁଛନ୍ତି । ତେଣୁ ଆଗମାୀ ସମୟରେ ଏଥିରୁ ନିବୃତ ରହିବା ଲାଗି ବିସିସିଆଇ ସୂଚନା ଦେଇଛି । କାରଣ ଗତ ବର୍ଷ ଭାରତୀୟ ଦଳର ଇଂଲଣ୍ଡ ଗସ୍ତ ବେଳେ ଦଳର କୋଚ ରବି ଶାସ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ କରୋନାରେ ଆକ୍ରାନ୍ତ ହୋଇ ଥିଲେ ।

Get real time updates directly on you device, subscribe now.