fbpx

ଟେଷ୍ଟ କ୍ରିକେଟରଙ୍କ ପାଇଁ BCCIର ବଡ଼ ଘୋଷଣା: ମିଳିବ ଦମଦାର ଇନସେଣ୍ଟିଭ

Advertisement

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ୪-୧ରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଧର୍ମଶାଳାରେ ଏହି ବିଶାଳ ବିଜୟ ହାସଲ କରିଛି ରୋହିତ ସେନା । ଏହାପରେ ଟେଷ୍ଟ କ୍ରିକେଟ ଖେଳୁଥିବା ଭାରତୀୟ ଖେଳାଳିଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି ବିସିସିଆଇ । ଧର୍ମଶାଳା ମ୍ୟାଚ ବିଜୟ ପରେ ବିସିସିଆଇ ସଚିବ ଜୟ ଶାହ ଏକ ପୋଷ୍ଟ ଜାରି କରିଛି । ଟିମ ଇଣ୍ଡିଆର କ୍ରିକେଟରଙ୍କ ପାଇଁ ‘ଟେଷ୍ଟ କ୍ରିକେଟ ପ୍ରୋତ୍ସାହନ ଯୋଜନା’ ଭାରତୀୟ କ୍ରିକେଟ ବୋର୍ଡ ସଚିବ ଜୟ ଶାହ । ତେବେ ଏହା ମ୍ୟାଚ୍ ଫି’ ବ୍ୟତୀତ ଅତିରିକ୍ତ ପୁରସ୍କାର ରାଶି ହୋଇପାରିବ । ୨୦୨୨-୨୩ ସିଜନରୁ ଆରମ୍ଭ ହୋଇ ‘ଟେଷ୍ଟ କ୍ରିକେଟ ପ୍ରୋତ୍ସାହନ ଯୋଜନା’ ଟେଷ୍ଟ ମ୍ୟାଚ୍ ଫି’ ପରେ ଅତିରିକ୍ତ ପୁରସ୍କାର ଭାବରେ ପାଇବେ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ।

ବିସିସିଆଇ ସଚିବ ଜୟ ଶାହ ଘୋଷଣା କରିଛନ୍ତି ଯେ, ବରିଷ୍ଠ ପୁରୁଷ ଖେଳାଳିଙ୍କ ପାଇଁ ‘ଟେଷ୍ଟ କ୍ରିକେଟ ପ୍ରୋତ୍ସାହନ ଯୋଜନା’ର ଆରମ୍ଭ କରାଯାଇଛି । ସମ୍ମାନିତ କ୍ରୀଡ଼ାବିତମାନଙ୍କ ଆର୍ଥିକ ବିକାଶ ଏବଂ ସ୍ଥିରତା ପ୍ରଦାନ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ୨୦୨୨-୨୩ ସିଜନରୁ ଟେଷ୍ଟ କ୍ରିକେଟ ପ୍ରୋତ୍ସାହନ ଯୋଜନାର ଶୁଭାରମ୍ଭ ହେବ ବୋଲି ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି ବିସିସିଆଇ ସଚିବ ଜୟ ଶାହ । ସେ କହିଛନ୍ତି ଯେ, ଟେଷ୍ଟ ମ୍ୟାଚ ପାଇଁ ବର୍ତ୍ତମାନର ମ୍ୟାଚ୍ ଫି’ ଉପରେ ଏକ ଅତିରିକ୍ତ ପୁରସ୍କାର ସଂରଚନା ଭାବରେ କାମ କରିବ । ତେବେ ଏହି ମୂଲ୍ୟ ପାଇଁ ପୁରସ୍କାର ରାଶି ୧୫ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି ।

କୌଣସି ସିଜନରେ ୭ କିମ୍ବା ୭ରୁ ଅଧିକ ଟେଷ୍ଟ ମ୍ୟାଚରେ ସାମିଲ ହୋଇଥିବା କେଳାଳିଙ୍କ ପାଇଁ ଏହି ଘୋଷଣା କରାଯାଇଛି । ପ୍ରତ୍ୟେକ ମ୍ୟାଚ ପାଇଁ ଖେଳାଳିମାନଙ୍କୁ ୧୫ ଲକ୍ଷ ଟଙ୍କାର ଫି’କୁ ବୃଦ୍ଧି କରି ୪୫ ଲକ୍ଷ ଟଙ୍କା କରିଛି ବିସିସିଆଇ । ସେହିପରି ୫୦% ମ୍ୟାଚରେ ପ୍ଲେଇଙ୍ଗ-୧୧ରେ ସ୍ଥାନ ପାଇଥିବା ଖେଳାଳିମାନଙ୍କୁ ମୋଟ ୩୦ ଲକ୍ଷ ପ୍ରତି ମ୍ୟାଚ୍ ମିଳିପାରିବ । ତେବେ ଅନ୍ୟ ଖେଳାଳିମାନଙ୍କ ମ୍ୟାଚ୍ ପିଛା ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ତେବେ ଯଦି କୌଣସି କେଳାଳି ୫୦% ମ୍ୟାଚରୁ କମ୍ ଖେଳୁଥିବା କ୍ରିକେଟରଙ୍କୁ କୌଣସି ଇନସେଣ୍ଟିଭ ମିଳିପାରିବ ନାହିଁ । ଏ ନେଇ ବିସିସିଆଇ ସଚିବ ଜୟ ଶାହ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.