Breaking: ହୋଇଯାଆନ୍ତୁ ସତର୍କ, ମାଡ଼ିଆସୁଛି କାଳବୈଶାଖୀ ବର୍ଷା, ୨୪ ଘଣ୍ଟା ମଧ୍ୟରେ ତାଣ୍ଡବ ରଚିବ

ପାଣିପାଗ ବିଭାଗର ପୂର୍ବାନୁମାନ। ୨୪ ଘଣ୍ଟା ମଧ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ। ସୁ ସୁ କରି ମାଡିଆସିବ ପବନ। ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା।

ଭୁବନେଶ୍ୱର: ହୋଇଯାଆନ୍ତୁ ସତର୍କ। ମାଡି ଆସୁଛି କାଳବୈଶାଖୀ। ରଚିବ ତାଣ୍ଡବ। ସବୁ କିଛି ଛାରଖାର କରିଦେବ। ପ୍ରବଳ ବେଗରେ ପବନ ବହିବ। ଘଡ଼ଘଡ଼ି ସାଙ୍ଗକୁ କୁଆପଥର ମାଡ଼ ହେବ। ପ୍ରବଳ ବର୍ଷା ବି ଛେଚିବ। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ହଁ କିଛି ଦିନ ହେବ ଯେଉଁଭଳି ତାତି ବଢୁଛି ଜନଜୀବନକୁ ପୁରାପୁରି ଅସ୍ତବ୍ୟସ୍ତ କରିପକାଉଛି। ଘରୁ ବାହାରକୁ ପାଦ କାଢିବାକୁ ବି ଡର ଲାଗୁଛି। ଟାଣ ଖରା ସାଙ୍ଗକୁ ଝାଞ୍ଜି ପବନ ମୁହଁ ପୋଡି ପକାଉଛି। ଯେପରି ମନେ ହେଉଛି ରାଜ୍ୟ ତତଲା କଢେଇରେ ସିଝୁଛି।

ହେଲେ ଏହାରି ଭିତରେ ଏକ ଆଶ୍ୱସ୍ତିକର ଖବର ମିଳିଛି। କି ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ହେଲେ ଗରମରୁ ସିନା ଆଶ୍ୱସ୍ତି ମିଳିବ କିନ୍ତୁ ବର୍ଷା, ଘଡ଼ଘଡ଼ି, ପବନ ଚିନ୍ତା ବଢାଇବ।

ହଁ ଆସନ୍ତା ୨୩ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ହେବା ନେଇ ସମ୍ଭାବନା ଜରହିଛି। ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଶଙ୍କା ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ସେହି ୪ଟି ଜିଲ୍ଲା ହେଲା ମୟୁରଭଞ୍ଜ,ବାଲେଶ୍ୱର,କେନ୍ଦୁଝର,ସୁନ୍ଦରଗଡ଼। ଏହି ସମୟରେ ୫୦ରୁ ୬୦ କିମି ବେଗରେ ପବନ ବହିପାରେ ବୋଲି ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାଛଡ଼ା ୧୦ଟି ଜିଲ୍ଲାକୁ ମଧ୍ୟ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।