ସତର୍କ ରୁହନ୍ତୁ! 24 ଘଣ୍ଟାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷାରେ ବେହାଲ ହେବ ରାଜ୍ୟ, ମାଡି ଆସିବ ବନ୍ୟା…
୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଥିବା ବେଳେ ବିଜୁଳି ଘଡଘଡି ସହ ୩୦ରୁ ୪୦ କିମି ପବନ ବହିବା ସମ୍ଭାବନା ରହିଛି । ସେପଟେ ମେଘୁଆ ପାଗ ସହ ପବନର ବେଗକୁ ନେଇ ସମୁଦ୍ର ଅଶାନ୍ତ ରହିବ ।
ଓଡ଼ିଶା ଭାସ୍କର: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଆଜି ବି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଥିବା ବେଳେ ବିଜୁଳି ଘଡଘଡି ସହ ୩୦ରୁ ୪୦ କିମି ପବନ ବହିବା ସମ୍ଭାବନା ରହିଛି । ସେପଟେ ମେଘୁଆ ପାଗ ସହ ପବନର ବେଗକୁ ନେଇ ସମୁଦ୍ର ଅଶାନ୍ତ ରହିବ । ତେଣୁ ଆହୁରି ୨ ଦିନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପାଣିପାଗ ବିଭାଗ ବାରଣ କରିଛି ।
Well marked Low pressure area over Northwest Bay of Bengal (Based on 0530 hrs IST of today, issued at 0830 hrs IST of 03 September 2025)
The low pressure area over Northwest Bay of Bengal became well marked over the same region at 0530 hrs IST of today, the 03rd Sept 2025. It… pic.twitter.com/FOuOFW3dWn
— India Meteorological Department (@Indiametdept) September 3, 2025
ପଢ଼ନ୍ତୁ ଅଧିକ ଖବର…ଧୋନୀଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ଏ ଷ୍ଟାର ଖେଳାଳି, ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ସେ…
Today Heavy Rain Alert:
ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ସମ୍ବଲପୁର, ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେପଟେ ପ୍ରବଳ ବର୍ଷାକୁ ନେଇ କୋରାପୁଟ, ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ବରଗଡ଼ ଏହି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟ ଜିଲ୍ଲାଗୁଡ଼ାକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଆଜି ସାରା ରାଜ୍ୟକୁ ବଜ୍ରପାତ ପାଇଁ ଚେତାବନୀ ଜାରି କରାଯାଇଛି । ଝଟକା ପବନ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ବହିବ ।
Press Release Dated 02.09.2025 :
Low Pressure area over Northwest Bay of Bengal.#pressrelease #HeavyRain #rainalert #WeatherAlert pic.twitter.com/UZmllqZ2UD— Meteorological Centre, Bhubaneswar (@mcbbsr) September 2, 2025
ପଢ଼ନ୍ତୁ ଅଧିକ ଖବର…ଧୋନୀଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ଏ ଷ୍ଟାର ଖେଳାଳି, ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ସେ…
Heavy Rain In 5th September:
5 ତାରିଖରେ ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ 4 ଜିଲ୍ଲା ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହପରି ଅନ୍ୟ ସବୁ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସହ ପ୍ରବଳ ବଜ୍ରପାତ ହେବାର ସମ୍ବାବନା ରହିଛି । ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ପାଇଁ ସାରା ରାଜ୍ୟକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
6th September Rain Update:
6 ତାରିଖରେ ବି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ପ୍ରବଳ ବଜ୍ରପାତ ଓ 30-40 କିମି ବେଗରେ ଝଟକା ପବନ ବହିବାକୁ ନେଇ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଦେବଦଡ଼, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କାରଯାଇଛି ।