fbpx

ଯୌନ ସମ୍ବନ୍ଧ ବାବଦରେ ଖୋଲାଖୋଲି ଆଲୋଚନା କରୁ ନଥିଲେ ସାବଧାନ: ‘STD’ ବିମାରୀ ବଢ଼ାଇପାରେ ଆପଣଙ୍କ ଚିନ୍ତା

Advertisement

ନୂଆଦିଲ୍ଲୀ: ଆମ ଦେଶରେ ଆଜି ବି ଅଧିକାଂଶ ଲୋକ ଯୌନ ସମ୍ବନ୍ଧକୁ ନେଇ ଖୋଲାଖୋଲି ଭାବେ ଆଲୋଚନା କରିବାକୁ କୁଣ୍ଠାବୋଧ କରିଥାନ୍ତି । ଏହି କାରଣରୁ ଆଜିର ସମୟରେ ସେକ୍ସୁଆଲି ଟ୍ରାନ୍ସମିଟେଡ ଡିଜିଜ (ଏସଟିଡି)ର ମାମଲା ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ଏପରି ଯୌନ ରୋଗକୁ ସମୟ ପୂର୍ବରୁ ଚିକିତ୍ସା କରାନଗଲେ ସମୟକ୍ରମେ ଏହା ପୀଡ଼ିତଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗମ୍ଭୀର ଭାବେ ପ୍ରଭାବିତ କରିଥାଏ । ପୀଡ଼ିତଙ୍କ ସହିତ ତାଙ୍କର ପାର୍ଟନରଙ୍କ ପାଇଁ ମଧ୍ୟ ବଡ଼ ବିପଦ ସାଜିଥାଏ ।

ତେବେ ଏଠାରେ ପ୍ରଶ୍ନ ଉଠେ, ଜଣେ ଏସଟିଡିରେ ପୀଡ଼ିତ ହୋଇଛି ବୋଲି ଜାଣିବେ କିପରି? ଅନେକ କ୍ଷେତ୍ରରେ କିଛି ଲୋକ ଏସଟିଡିରେ ସଂକ୍ରମିତ ହେବା ପରେ ବି ଜାଣିପାରନ୍ତି ନାହିଁ । ଏହି ରୋଗର ପ୍ରାଥମିକ ପର୍ଯ୍ୟାୟରେ କିଛି ଲକ୍ଷଣ ଦେଖିବାକୁ ମିଳିଥାଏ । ଆପଣଙ୍କ ଚେହେରାରେ ଏହାର ସଙ୍କେତ ଦେଖିବାକୁ ମିଳିଥାଏ । ସମୟ ପୂର୍ବରୁ ଏହାର ଚିକିତ୍ସା କରି ଗମ୍ଭୀର ସ୍ଥିତିକୁ ରୋକାଯାଇ ପାରିବ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ, ମୁହଁରେ ବିଶେଷ କରି ଓଠରେ ଛାଲି ଦେଖାଯିବା ଏସଟିଡିର ଲକ୍ଷଣ ଅଟେ । ଏହା କୁଣ୍ଡାଇ ହୋଇଥାଏ । ସମୟକ୍ରମେ ସେଥିରୁ ମଇଳା ପାଣି ବାହାରିଥାଏ ଓ ଓଠ ଚାରିକଡ଼ରେ କିଛି ଜିନିଷ ଜମିଥାଏ ।

ଯଦି ସମ୍ବନ୍ଧ ସ୍ଥାପନ କରିବାର କିଛି ସମୟ ପରେ ଆପଣଙ୍କ ଚେହେରା ବିନା କାରଣରେ ଲାଲ ଦେଖାଯାଏ ତେବେ ତାହା ଏସଟିଡିର ଲକ୍ଷଣ ହୋଇପାରେ । ଏଥିସହିତ ଚେହେରାରେ ଏକ ସଙ୍ଗେ ଲାଲ ରଙ୍ଗର ଅନେକ ଦାନା ବାହାରିଥାଏ । ଏଭଳି ଦାନା ମୁହଁରେ ବାହାରିବା କ୍ଷଣି ତାହା ଅନ୍ୟ ଅଙ୍ଗକୁ ବ୍ୟାପିବା ପୂର୍ବରୁ ଆପଣଙ୍କୁ ଚିକିତ୍ସା କରାଇନେବା ଆବଶ୍ୟକ । ସେହିପରି ଯୌନ ସମ୍ବନ୍ଧ ପରେ ଅଚାନକ ଆଖିରେ ସଂକ୍ରମଣ ହେଲେ ତାହା ମଧ୍ୟ ଏସଟିଡିର ଲକ୍ଷଣ ହୋଇପାରେ । ସଂକ୍ରମିତ ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଛୁଇଁବା ପରେ ନିଜର ଆଖିକୁ ଛୁଇଁଲେ, ରଗଡ଼ିଲେ ଆଖି ସଂକ୍ରମିତ ହୋଇପାରେ । ଫଳରେ ପିଙ୍କ ଆଇ ସିଣ୍ଡ୍ରୋମ ଆଶଙ୍କା ବଢ଼ାଇଥାଏ । ଏପରି ଲକ୍ଷଣ ଦେଖାଦେଲେ ବିଳମ୍ବ ନକରି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଦିଅନ୍ତୁ ।

Get real time updates directly on you device, subscribe now.