fbpx

ସାବଧାନ୍! ଫୁସଫୁସ ପାଇଁ ବଡ଼ ବିପଦ ହୋଇପାରେ Air Pollution: ଜାଣନ୍ତୁ କିପରି ଦେବେ ସୁରକ୍ଷା

ଓଡ଼ିଶା ଭାସ୍କର: ରାଜଧାନୀ ଦିଲ୍ଲୀ ତଥା ଅନ୍ୟାନ୍ୟ ରାଜ୍ୟ ମାନଙ୍କରେ ଲଗାତର ଭାବରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଦିଲ୍ଲୀର ଏୟାର୍ କ୍ୱାଲିଟି ଏବେ ବି ଖୁବ୍ ଖରାପ ସ୍ଥିତିରେ ରହିଛି । ଅନ୍ୟ ରାଜ୍ୟମାନଙ୍କରେ ନଡ଼ା ଜଳାଯିବା ଯୋଗୁଁ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଛି ହେଲେ କମୁନି । ତେବେ ଏହାର ପ୍ରଭାବ ସିଧାସଳଖ ଭାବରେ ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି । ଏହି ଦୂଷିତ ବାୟୁରେ ରହିଥିବା ରସାୟନିକ କଣିକା ଫୁସଫୁସ୍ ପ୍ରତି ଖୁବ୍ ହାନିକାରକ ସାବ୍ୟସ୍ତ ହୋଇଛି । ବିଶେଷଜ୍ଞ ମାନେ ମଧ୍ୟ ଏନେଇ ଚିନ୍ତାପ୍ରକଟ କରିଛନ୍ତି । ତେଣୁ ପ୍ରଦୂଷଣକୁ ଫୁସଫୁସ୍ କୁ ବଞ୍ଚାଇବାକୁ କିଛି ଜିନିଷକୁ ଲାଭ ଦାୟକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ କହିଛନ୍ତି । ତେଣୁ ଆପଣ ମାନେ ଦୈନାନ୍ଦିନ ଖାଦ୍ୟରେ କିଛି ଜିନିଷକୁ ସେବନ କରନ୍ତୁ ।

ତେବେ ଫୁସଫୁସକୁ ଲାଭ ପହଞ୍ଚାଉଥିବା ଖାଦ୍ୟ ମଧ୍ୟରେ ରହିଛି ଗୁଡ଼, ଅଲିଭ୍ ଅଏଲ୍, ରାଶି ମଞ୍ଜି, ହର୍ବାଲ ଚା’, ଟମାଟ, ପାଣି, ରସୁଣ ଓ ଭିଟାମିନ୍-ସି । ଏସବୁ ଜିନିଷକୁ ସ୍ୱାସ୍ଥ୍ୟ ପ୍ରତି ଖୁବ୍ ଲାଭଦାୟକ ବୋଲି ଧରାଯାଇଥାଏ । ଧୂଆଁ ଯୋଗୁଁ ଶରୀର ଭିତରକୁ ପ୍ରବେଶ କରୁଥିବା କଣିକା ଠାରୁ ଏହିସବୁ ଜିନିଷ ସୁରକ୍ଷା ଦେବ । ଭିଟାମିନ୍-ସି ଆମ ଶରୀର ପାଇଁ ଖୁବ୍ ଉପକାରୀ । ଫୁସଫୁସ୍ ପାଇଁ ଶରୀରରେ ଭିଟାମିନ୍-ସି ଲେବଲ୍ କୁ ନିୟନ୍ତ୍ରଣରେ ରଖିବା ଖୁବ୍ ଜରୁରୀ । ତେଣୁ ଆପଣମାନଙ୍କୁ ଖଟା ଫଳ ଖାଇବା ଉଚିତ୍ ।

ସେହିପରି ନିଶ୍ୱାସ-ପ୍ରଶ୍ୱାସ ମାଧ୍ୟମରେ ଶରୀରରେ ପହଞ୍ଚିଥିବା ବିଷକୁ ବାହାର କରିବା ପାଇଁ ଜଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ପାଣି ପିଇବାକୁ ଭୁଲନ୍ତୁ ନାହିଁ । ଦିନକୁ ପ୍ରାୟ ୪ ଲିଟର ପାଣି ପିଅନ୍ତୁ । ଏହି କାରଣରୁ ଶରୀରରେ ଅମ୍ଳଜାନ ଯୋଗାଣ ସଠିକ୍ ଭାବରେ ବଜାୟ ରହିବ ଏବଂ ପରିବେଶରେ ଥିବା ବିଷାକ୍ତ ଗ୍ୟାସ୍ ରକ୍ତରେ ପହଞ୍ଚିଲେ ମଧ୍ୟ କମ୍ କ୍ଷତି ଘଟାଇବ ।

Get real time updates directly on you device, subscribe now.