fbpx

ଶୀତଦିନେ ଅଧିକ ସମୟ ଗରମ ପାଣିରେ ଗାଧୋଉଥିଲେ ସାବଧାନ !

ଶୀତଦିନେ ପ୍ରାୟତଃ ଲୋକମାନେ ଗରମପାଣିରେ ଗାଧୋଇବାକୁ ପସନ୍ଦ କରନ୍ତି । କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଥଣ୍ଡା ପାଗରେ ଗରମ ପାଣି ଗାଧୋଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ଏହା ଆମ ଶରୀର ଏବଂ ମନକୁ ଉଭୟ ପ୍ରଭାବିତ କରିଥାଏ । ବାସ୍ତବରେ, ଗରମ ପାଣି କିରାଟିନ୍ ନାମକ ଚର୍ମ କୋଷକୁ କ୍ଷତି ପହଞ୍ଚାଇଥାଏ, ଯାହା ଚର୍ମରେ କୁଞ୍ଚନ ଓ ଶୁଷ୍କତା ବଢାଇଥାଏ ।

ଶୀତଦିନେ ନିଜକୁ ଗରମ ରଖିବା ଏକ ଭଲ କଥା, କିନ୍ତୁ ଅଧିକ ପୋଷାକ ପିନ୍ଧିବା ଠାରୁ ଦୂରେଇ ରୁହନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଶରୀର ଅତ୍ୟଧିକ ଉତ୍ତାପର ଶିକାର ହୋଇପାରେ । ବାସ୍ତବରେ, ଆମର ପ୍ରତିରକ୍ଷା ପ୍ରଣାଳୀ ଥଣ୍ଡା ହେଲେ ଧଳା ରକ୍ତ କଣିକା ଉତ୍ପାଦନ କରେ, ଯାହା ଆମକୁ ସଂକ୍ରମଣ ଏବଂ ରୋଗରୁ ରକ୍ଷା କରିଥାଏ ।

ଶରୀର ଅତ୍ୟଧିକ ଗରମ ହେଲେ ରୋଗ ପ୍ରତିରୋଧକ ଶକ୍ତି କମ ହୋଇଯାଇଥାଏ । ସେହପରି ଶୀତଦିନେ, ଚା ଏବଂ କଫି ପିଇବା ଭଲ କିନ୍ତୁ ୨/୩ କପରୁ ଅଧିକ ଚା କିମ୍ବା କଫି ପିଇବା ଉଚିତ୍ ନୁହେଁ ।

Get real time updates directly on you device, subscribe now.