fbpx

ଗାଡ଼ି ଚାଳକ ସାବଧାନ: ଏଣିକି ରାସ୍ତାରେ ଛେପ ପକାଇଲେ ଦେବାକୁ ହେବ ଜରିମାନା

ନୂଆଦିଲ୍ଲୀ, ୩ା୨: ସମସ୍ତ ଗାଡ଼ିଚାଳକମାନେ ଏଣିକି ସାବଧାନ ହୋଇଯାଆନ୍ତୁ । ଗାଡ଼ି ଚଳାଇବା ବେଳେ ଯଦି କୌଣସି ବ୍ୟକ୍ତି ରାସ୍ତାରେ ଛେପ ପକାନ୍ତି, ତେବେ ତାଙ୍କୁ ଏକ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଏଥିସହ ରାସ୍ତାରେ କୌଣସି ଜିନିଷ ଫୋପାଡ଼ି ମଇଳା କଲେ ମଧ୍ୟ ଅନୁରୂପ ଦଣ୍ଡ ଭୋଗିବାକୁ ପଡ଼ିବ । ଏପରି ଏକ ବିଲ ଉତ୍ତରପ୍ରଦେଶର କ୍ୟାବିନେଟରେ ପାସ୍ କରାଇବାକୁ ପ୍ରସ୍ତୁତି ଚାଲିଛି । ରାଜ୍ୟର ସମସ୍ତ ଗାଁ ଓ ସହରକୁ ସ୍ୱଚ୍ଛ ରଖିବାକୁ ସରକାର ଏହି ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ବିଲ୍ ମାଧ୍ୟମରେ ଆବର୍ଜନା କରୁଥିବା ଲୋକଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରିଛନ୍ତି । ଗାଡ଼ି ଚଳାଇବା ସମୟରେ ଛେପ ପକାଇଲେ ମ୍ୟୁନିସିପାଲିଟି କର୍ପୋରେସନରେ ୧୦୦୦, ଛୋଟ ମ୍ୟୁନିସିପାଲିଟି କର୍ପୋରେସନରେ ୭୫୦, ମ୍ୟୁନିସିପାଲ କାଉନସିଲରେ ୫୦୦, ନଗର ପଞ୍ଚାୟତରେ ୩୫୦ ଟଙ୍କାର ଜରିମାନା ଆଦାୟ କରିବାକୁ ସ୍ଥିର ହୋଇଛି ।

Get real time updates directly on you device, subscribe now.