fbpx

ସାବଧାନ୍! ଗାଡ଼ିରେ ଏହି ଜିନିଷ ନଥିଲେ କଟିବ ଚାଲାଣ: ବାଟରେ ଜଗିଛନ୍ତି ଟ୍ରାଫିକ ପୋଲିସ

ଓଡ଼ିଶା ଭାସ୍କର: ଦେଶରେ ସଡ଼କ ଦୁର୍ଘଟଣା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସେଥିପାଇଁ ଏହାକୁ ରୋକିବାକୁ ଟ୍ରାଫିକ ନିୟମ ମଧ୍ୟ କଡ଼ାକଡ଼ି କରୁଛନ୍ତି ସରକାର । ଏହାମଧ୍ୟରେ ଦେଶର ପ୍ରତ୍ୟେକ ଗାଡ଼ିଚାଳକଙ୍କ ପାଇଁ ନୂଆ HSRP ନମ୍ବର ପ୍ଲେଟ ବାଧ୍ୟତାମୂଳକ ହୋଇଯାଇଛି । ଏହି ନମ୍ବର ପ୍ଲେଟ ନଥିଲେ କିଛି ନ ପଚାରି ଚାଲାଣ କାଟିପାରିବେ ଟ୍ରାଫିକ ପୋଲିସ । ଯାନବାହନର ସୁରକ୍ଷା ବଢାଇବା ଏବଂ ଚୋରି ମାମଲାରେ ରୋକ ଲଗାଇବା ପାଇଁ ଏହା ସରକାରଙ୍କର ଏକ ବଡ଼ ପଦକ୍ଷେପ ବୋଲି କୁହାଯାଇଛି । ତେବେ ବର୍ତ୍ତମାନ ସମୟରେ ଯଦି କୌଣସି ବ୍ୟକ୍ତିଙ୍କ ଗାଡ଼ିରେ ଏହି ନମ୍ବର ପ୍ଲେଟ ନାହିଁ, ତେବେ ସାବଧାନ୍ ରୁହନ୍ତୁ ।

HSRP ହେଉଛି ଏକ ସ୍ୱତନ୍ତ୍ର ଧରଣର ନମ୍ବର ପ୍ଲେଟ । ଏହା ଧାତୁରେ ନିର୍ମାଣ ହୋଇଥିବା ବେଳେ ଏଥିରେ ଏକ ୟୁନିକ୍ କୋଡ ରହିଥାଏ । ଏଥିରେ ଗାଡ଼ି ସହ ଜଡ଼ିତ ସ୍ପେଶାଲ କୋଡ୍ ରହିଥାଏ, ଯାହା ଅନ୍ୟ କୌଣସି ଯାନବାହନରେ କପି କରିବା କଷ୍ଟକର ହୋଇଥାଏ । ଏହାସହିତ ଏହି ନମ୍ବର ପ୍ଲେଟରେ ଏକ ହୋଲୋଗ୍ରାମ ମଧ୍ୟ ରହିଥାଏ । ଏହା ଗାଡ଼ିର ପ୍ରକୃତ ପରିଚୟ ବୋଲି କୁହାଯାଏ ।

ଏଚଏସଆରପି ନମ୍ବର ପ୍ଲେଟ ଥିବା ଗାଡ଼ିକୁ ଟ୍ରାକ୍ କରିବା ସହଜ ହୋଇଥାଏ । ଏଥିରେ ଥିବା ୟୁନିକ କୋଡକୁ ସ୍କାନ୍ କରି ପୋଲିସ ବା ବିଭାଗୀୟ ଅଧିକାରୀ ତୁରନ୍ତ ଗାଡ଼ିର ତଥ୍ୟ ବାହାର କରିପାରିବେ । ଏଚଏସଆରପି ନମ୍ବର ପାଇଁ ନକଲି ନମ୍ବର ପ୍ଲେଟ ଲଗାଇ ଅପରାଧ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି । ତେବେ ଏଭଳି ପରିସ୍ଥିତିରେ ଯଦି ଆପଣଙ୍କ ଗାଡ଼ିରେ HSRP ନମ୍ବର ପ୍ଲେଟ ନଥାଏ, ଆପଣଙ୍କୁ ବଡ଼ ଧରଣର ଚାଲାଣ କାଟିପାରନ୍ତି ଟ୍ରାଫିକ ପୋଲିସ । ଏହି ଭୁଲ ପାଇଁ ୫୦୦-୫୦୦୦ ଟଙ୍କା ପର୍ଯ୍ୟନ୍ତ ପୋଲିସ ଚାଲାଣ କାଟିପାରନ୍ତି । ତେଣୁ ଯଥାଶୀଘ୍ର ଗାଡ଼ିରେ HSRP ନମ୍ବର ଲଗାଇ ଦିଅନ୍ତୁ, ନଚେତ୍ ବଡ଼ ଧରଣର ଜରିମାନା ଦେବାକୁ ପଡ଼ିପାରେ ।

Get real time updates directly on you device, subscribe now.