ନୂଆଦିଲ୍ଲୀ : ବାକିଥିବା ଟ୍ରାଫିକ ଇ-ଚାଲାଣ ନ ଭରିଲେ ରଦ୍ଦ ହେବ ଲାଇସେନ୍ସ । ୩ ମାସ ମଧ୍ୟରେ ଟ୍ରାଫିକ ଫାଇନ୍ ଭରିବାକୁ ପଡିବ । ଏଥିସହ ରେଡ୍ ସିଗ୍ନାଲ ଏବଂ ବିପଦପୂର୍ଣ୍ଣ ଗାଡ଼ି ଚାଲାଣ ପାଇଁ ଯଦି ତିନୋଟି ଚାଲାଣ କଟିଥିବ ତା’ହେଲେ ମଧ୍ୟ ଲାଇସେନ୍ସ ରଦ୍ଦ ହେବ । କେନ୍ଦ୍ର ସରକାର ଏନେଇ ଯୋଜନା କରୁଥିବା ବେଳେ ଖୁବଶୀଘ୍ର ନିୟମ ଲାଗୁ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ଯେଉଁମାନେ ଗାଡ଼ି ଚାଳନା ସମୟରେ ନିୟମ ଉଲଂଘନ କରୁଛନ୍ତି, ଆଉ ଇ ଚାଲାଣ ଆସିବା ପରେ ତାହାକୁ ନିର୍ଧାରିତ ସମୟରେ ଭରୁ ନାହାନ୍ତି, ସେମାନଙ୍କ ପାଇଁ କେନ୍ଦ୍ର ସଡକ ପରିବହନ ବିଭାଗ କଡ଼ା ନିୟମ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ନିୟମ ଖିଲାପକାରୀଙ୍କ ଉପରେ କୋଟି କୋଟି ଟଙ୍କା ଜରିମାନା ବାକି ରହିଛି । ୨୦୨୫ରେ ୩୧.୧ କୋଟି ଇ ଚାଲାଣ କରାଯାଇଛି । ଇ-ଚାଲାଣର ମୋଟ୍ ଜରିମାନା ପରିମାଣ ୪୦ ହଜାର ୫୪୮ କୋଟି । ସେଥି ମଧ୍ୟରୁ ଆଦାୟ ହୋଇଛି ମାତ୍ର ୧୬ ହଜାର ୩୨୪ କୋଟି ଟଙ୍କା । ସାରା ଦେଶରେ ଇ-ଚାଲାଣ ଜରିମାନା ଆଦାୟ ହାର ମାତ୍ର ୪୦% ରହିଛି । ଏହାକୁ ଦୃଷ୍ଟିରେ ରଖି ଏଭଳି କଠୋର ନିୟମ ଆଣିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଣାଳୟ