fbpx

ରାତିରେ ଏହି କାମ କରୁଥିଲେ ହୋଇଯା’ନ୍ତୁ ସାବଧାନ, ମିଳିଥାଏ ଅଶୁଭ ପରିଣାମ

ଓଡ଼ିଶା ଭାସ୍କର: ଜ୍ୟୋତିଷ ଅନୁଯାୟୀ ବାସ୍ତୁ ଶାସ୍ତ୍ର ବ୍ୟକ୍ତିର ଜୀବନ ଉପରେ ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇଥାଏ । ଏହି ନିୟମର ପାଳନ କରିବା ଦ୍ୱାରା ଜୀବନରେ ସୁଖ, ସମୃଦ୍ଧି ଓ ଶାନ୍ତି ବୃଦ୍ଧି ହେବା ସହ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୋଇଥାଏ । ସେହିପରି ନିୟମ ବିରୁଦ୍ଧରେ ଗଲେ ଜୀବନରେ ଅନେକ ସଂକଟର ସାମ୍ନା କରିବାକୁ ପଡ଼ିଥାଏ । ତେବେ ସୂର୍ଯ୍ୟାସ୍ତ ପରେ କିଛି କାର୍ଯ୍ୟ କରିବା ନିଷେଧ ଅଟେ । ଏହା ଦ୍ୱାରା ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି ଏବଂ ଏହାର ପ୍ରଭାବ ପରିବାରର ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ରାତିରେ କେଉଁ କାମ କରିବା ଠାରୁ ଦୂରେଇ ରହିବା ଉଚିତ ।

୧. ନଖ କାଟିବା: ରାତିରେ ନଖ କାଟିବା ଏବଂ କେଶ କାଟିବା ଭଳି କାର୍ଯ୍ୟ ବର୍ଜିତ । ଏହା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ସେହିପରି ଶାସ୍ତ୍ରରେ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ ଏହି କାର୍ଯ୍ୟ କରିବା ଅଶୁଭ ବିବେଚିତ କରାଯାଇଛି ଏବଂ ଏହା ଠାରୁ ଦରେଇ ରହିବା ଉଚିତ ।

୨. ଘର ସଫା କରିବା: ଘର ସଫା କରିବା ପାଇଁ ମଧ୍ୟ ନିର୍ଦ୍ଧାରିତ ସମୟ ରହିଛି । ସୂର୍ଯ୍ୟାସ୍ତ ପରେ କିମ୍ବା ରାତିରେ ଘର ଝାଡ଼ୁ ପୋଛା କରିବା ଉଚିତ ନୁହେଁ । ଏହା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ତେଣୁ ସୂର୍ଯ୍ୟାସ୍ତ ପୂର୍ବରୁ ଘର ସଫାସଫି କାର୍ଯ୍ୟ ଶେଷ କରି ଦିଅନ୍ତୁ ।

୩. ଦାନ ଦେବା: ରାତିରେ ଭୁଲରେ ବି କାହାକୁ ଦାନ ଦିଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆର୍ଥିକ ସମସ୍ୟା ଦେଖାଦେଇଥାଏ । ବିଶେଷ କରି ସୂର୍ଯ୍ୟାସ୍ତ ପରେ ହଳଦୀ, ତେଲ, କ୍ଷୀର, ଦହି ଭଳି ଜିନିଷ ଦାନ ଦିଅନ୍ତୁ ନାହିଁ ।

୪. କପଡ଼ା ଧୋଇବା: ରାତିରେ ଲୁଗା ଧୋଇ ଶୁଖାଇବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ସେହିପରି ଘର ବାହାରେ ଲୁଗା ଶୁଖାଇବା ଉଚିତ ନୁହେଁ । ଏହି ନକାରାତ୍ମକ ଶକ୍ତିର ପ୍ରଭାବ ଶରୀର ଉପରେ ମଧ୍ୟ ପଡ଼ିଥାଏ ।

Get real time updates directly on you device, subscribe now.