fbpx

ଖସିଲା ସୁନା ଓ ରୂପା ଦର , ଜାଣନ୍ତୁ କେତେ ଖସିଲା ମୂଲ୍ୟ

ଭୁବନେଶ୍ୱର: ୟୁରୋପ ଓ ମଧ୍ୟପ୍ରାଚ୍ୟରେ ତିକ୍ତତା କାରଣରୁ ସୁନା, ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହା ଗ୍ରାହକଙ୍କୁ କିଛିଟା ଆଶ୍ୱସ୍ତି ଦେଇଛି । ଆଜି ସୁନା ଓ ରୂପା ଦର ହ୍ରାସ ହେବାର ଦେଖିବାକୁ ମିଳିଛି । ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ସୁନା ଦର ଗତକାଲି ଅପେକ୍ଷା ପାଖାପାଖି ୧୫୦୦ରୁ ୧୬ ୦୦ ଟଙ୍କା କମି ଥିବା ବେଳେ ରୂପା କିଲୋଗ୍ରାମ ପ୍ରତି ୨୫୦୦ ଟଙ୍କା କମିଛି ।

ଭୁବନେଶ୍ୱରର କେତେକ ସୋ ରୁମରେ ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପିଛା ୧୫୦୦ ଟଙ୍କା ତଲକୁ ଖସିଛି । ମଙ୍ଗଳବାର ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୩ ହଜାର ୬୯୦ ଟଙ୍କା ଥିବା ବେଳେ ଆଜି ଏହା ୭୨ ହଜାର ୧୬୦ ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧୪୦୦ ଟଙ୍କା କମିଛି । ରୁପା ଦର କଲୋଗ୍ରାମ ପିଛା ୨୫୦୦ ଟଙ୍କା ତଳକୁ ଖସି ୮୬ ହଜାର ୫୦୦ ଟଙ୍କା ରହିଛି ।

Get real time updates directly on you device, subscribe now.