fbpx

ବର୍ଷାଦିନେ ମାଛ ଖାଉଥିଲେ ହୋଇଯାଆନ୍ତୁ ସତର୍କ: ନତେତ୍ ଆପଣ ମଧ୍ୟ ଭୋଗି ପାରନ୍ତି ଏହି ଗମ୍ଭୀର ସମସ୍ୟା, ଅଧିକ ଜାଣିବାକୁ ପଢ଼ନ୍ତୁ ଏହି ରିପୋର୍ଟ

ଓଡିଶା ଭାସ୍କର: ମାଛ ଖାଇବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି । ଏହା ସ୍ୱାଦ ଯେତିକି ମଧୁର ହୋଇଥାଏ । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ । କାରଣ ଏଥିରୁ ଅନେକ ପ୍ରକାରର ଭିଟାମିନ ମିଳିଥାଏ । କିନ୍ତୁ ଆପଣ ଜାଣି ଚମକି ପଡିବେ ଯେ ବର୍ଷାଦିନେ ମାଛ ଖାଇବା ଦ୍ୱାରା ଅନେକ ରୋଗର ହୋଇଥାଏ । ବର୍ଷା ଋତୁରେ ପାଣି ଅଧିକ ଦୂଷିତ ହୋଇଥାଏ । ଫଳରେ ମାଛ ପାଣିରେ ରହୁଥିବାରୁ ମାଛରେ ମଧ୍ୟ ବ୍ୟାକ୍ଟେରିଆ ରହିଥାଆନ୍ତି । ଏହା ସ୍ୱାସ୍ଥ୍ୟପ୍ରତି ଜମାରୁ ଶୁଭଙ୍କର ନୁହେଁ ବୋଲି କୁହାଯାଇଛି ।

ସେହିପରି ଅନେକ ବାକ୍ତିଙ୍କର ସମୁଦ୍ର ମାଛ ବା ଅନ୍ୟାନ ମାଛ ଖାଇବା ଦ୍ୱାରା ଶରାରରେ ଅନେକ ପ୍ରକାରର ଆଲାର୍ଜି ଦେଖାଦେଇଥାଏ । ବର୍ଷା ଋତୁରେ ଜଳ ପ୍ରଦୂଷଣ ବୃଦ୍ଧି ପାଇଥାଏ। କାରଣ ବର୍ଷା ଜଳ ପ୍ରଦୂଷକକୁ ଭୂମିରୁ ନଦୀ, ହ୍ରଦ ଏବଂ ସମୁଦ୍ରରେ ମିଶାଇଥାଏ। ସେଠାରେ ମାଛ ଏହାକୁ ଖାଇଥାଆନ୍ତି, ଯାହା ସେମାନଙ୍କ ଶରୀରରେ ଜମା ହୋଇଥାଏ। ଯେତେବେଳେ ମଣିଷ ସେହି ଦୂଷିତ ମାଛ ଖାଇଥାଏ । ସେତେବେଳେ ମଣିଷକୁ ସେହି କ୍ଷତିକାରକ ପଦାର୍ଥର ସମ୍ମୁଖୀନ ହେବାକୁ ପଡିଥାଏ, ଯାହା ଦୀର୍ଘସ୍ଥାୟୀ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ।

ଦେହ ଥରିବା, ମନୋବଳ ପରିବର୍ତ୍ତନ, ସ୍ମୃତି ଶକ୍ତି ହ୍ରାସ ଏବଂ ମାଂସପେଶୀ ଦୁର୍ବଳତା ଭଳି ମାରାତ୍ମକ ସମସ୍ୟା ଭୋଗିପାରନ୍ତି । ଯେତେବେଳେ ଆମେ ଦୂଷିତ ମାଛ ଖାଇଥାଉ, ସମୟ ସହିତ ଆମ ଶରୀରରେ ବିପଜ୍ଜନକ ମର୍କ୍ୟୁରି ତିଆରି ହେବାର ସମ୍ଭାବନା ଅଧିକ ରହିଥାଏ । ମର୍କ୍ୟୁରି ହେଉଛି ଏକ ବିଷାକ୍ତ ଭାରୀ ଧାତୁ ଯାହା ମାଛ ଏବଂ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟର ଟିସୁରେ ଜମା ହୋଇ ରହିଥାଏ ।

Get real time updates directly on you device, subscribe now.