fbpx
BSKY
BJD MC SKY
BJD MS SKY

ସାବଧାନ୍! AI ଦ୍ୱାରା ଆପଣଙ୍କ ଚେହେରାରେ ହୋଇପାରେ ଅଶ୍ଳୀଳ ଭିଡିଓ: ଜାଣନ୍ତୁ କ’ଣ ରହିଛି ଦଣ୍ଡବିଧାନ

ବର୍ତ୍ତମାନ ସମୟରେ ଆଟିଫିସିଆଲ ଇଣ୍ଟେଲିଜେନ୍ସି ବ୍ୟବହାରରେ ଅନେକ କିଛି କାର୍ଯ୍ୟ ସମ୍ଭବ ହୋଇପାରୁଛି । ମଣିଷର ରୂପ ପରିବର୍ତ୍ତନ କରି ଦେବା ସହ ଆହୁରି ଅନେକ ଚେହେରା ଯୋଡ଼ିବାରେ ସଫଳ ହେଉଛି ନୂଆ ଟେକ୍ନୋଲୋଜି ଏଆଇ । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହାର ଫିଚର ଗୁଡ଼ିକୁ ଭୁଲ ବାଟରେ ବ୍ୟବହାର କରୁଛନ୍ତି । ଫଳରେ ଏହା ଲୋକଙ୍କ ଜୀବନଶୈଳୀ ଉପରେ ମଧ୍ୟ ପ୍ରଭାବ ପକାଉଛି । ମହାରାଷ୍ଟ୍ର ପାଲଘରରେ ଏ.ଆଇ ବ୍ୟବହାର କରି ଅଶ୍ଳୀଳ ଭିଡିଓ କରୁଥିବା ମାମଲା ଏବେ ସାମ୍ନାକୁ ଆସିଛି । ତେବେ ଏଭଳି କାଣ୍ଡ କରୁଥିବା ଲୋକଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟନୁଷ୍ଠାନ ରହିଛି, ଆସନ୍ତୁ ଜାଣିବା…

ସୂଚନା ଅନୁସାରେ, ମହାରାଷ୍ଟ୍ରର ଜଣେ ପୋଲିସ କର୍ମୀଙ୍କ ପୁଅ ଏଆଇର ବ୍ୟବହାର କରି ମହିଳା ଏବଂ ଯୁବତୀମାନଙ୍କ ଅଶ୍ଲୀଳ ଭିଡିଓ କରୁଥିଲା । କେବଳ ସେତିକି ନୁହେଁ ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ କରାଯାଇଥିବା ଜାଣିବାକୁ ମିଳିଛି । ତେବେ ଏହି କାମ ପାଇଁ ତାଙ୍କୁ ବିରୋଧ କରିବାରୁ ସେ ପୀଡିତାଙ୍କୁ ଜୋରରେ ମାରପିଟ କରିଥିବା ସୂଚନା ମିଳିଛି । ବର୍ତ୍ତମାନ ଏହି ଘଟଣା ସାମ୍ନାକୁ ଆସିବା ପରେ ଦୁଇ ଜଣ ଅଭିୁକ୍ତଙ୍କୁ ଗିରଫ କରିଛି ପୋଲିସ । କିନ୍ତୁ ଏଭଳି ଘଟଣାକୁ ନେଇ ଚିନ୍ତା ପ୍ରକଟ ହୋଇଛି । ଏଆଇର ଏଭଳି ବ୍ୟବହାର ଆଗକୁ ଏକ ବଡ ସମସ୍ୟା ହୋଇ ଠିଆ ହେବ ବୋଲି ଆଶଙ୍କା କରାଯାଉଛି ।

ତେବେ କୌଣସି ବ୍ୟକ୍ତି ଏଭଳି ଭିଡିଓ ଏଡିଟ କରୁଥିଲେ, ତାଙ୍କ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଏହି ମାମଲା ଆଇଟି ଆକ୍ଟ, ଆଇପିସିର ବିଭିନ୍ନ ଧାରାର ଡାଟା ପ୍ରେଟେକ୍ସନ ଅନୁସାରେ ଆକ୍ସନ ନିଆଯାଇପାରିବ । ଜଣେ ସାଇବର ଏକ୍ସପର୍ଟ କହିଛନ୍ତି, ଆଇଟି ଆକ୍ଟର ଧାରା ୬୭ ଅନ୍ତର୍ଗତ ଯଦି ଇଣ୍ଟରନେଟରେ କୌଣସି ପ୍ରକାର ଆପତ୍ତିଜନକ ଭିଡିଓ ପୋଷ୍ଟ କରାଯାଉଛି ତେବେ ସେହି ବ୍ୟକ୍ତି ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଏହି ମାମଲା ଅଭିଯୁକ୍ତକୁ ୩ ବର୍ଷ ପର୍ୟ୍ୟନ୍ତ ଜେଲ ଏବଂ ଜରିମାନା ମଧ୍ୟ ଲାଗୁ ହୋଇପାରିବ । ଏହି ଦଣ୍ଡରେ ସମୟସୀମା ବୃଦ୍ଧି ମଧ୍ୟ ହୋଇପାରେ । ଏହାବ୍ୟତୀତ ପୀଡିତ/ପୀଡ଼ିତା ଅଭିଯୁକ୍ତ ଉପରେ ମାନହାନୀର ମକଦମା ମଧ୍ୟ ରୁଜୁ କରିପାରିବେ । ତେଣୁ ଏଭଳି ମାମଲାର ଶିକାର ହେଉଥିବା ବ୍ୟକ୍ତିଙ୍କୁ ଯଥାଶୀଘ୍ର ସାଇବର ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

ଏହା ଛଡା ଆପଣ ଯଦି କାହାକୁ ଫଟୋ ପଠାଉଛନ୍ତି ତେବେ ଟିକେ ସାବଧାନତାର ସହିତ ଏହି ଫଟୋ ପଠାନ୍ତୁ । ଯଦି ଆପଣଙ୍କ ଫଟୋ ଅନ୍ୟ କେଉଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦେଖବାକୁ ମିଳୁଛି ତେବେ ଆପଣ ତାହାକୁ ସେଠାରେ ରିପୋର୍ଟ ମଧ୍ୟ କରିପାରିବେ । ପ୍ରତି ଫଟୋରେ ଆପଣଙ୍କୁ ବହୁତ ସାରା ଅପ୍ସନ ମିଳିଥାଏ । ଯଦି ଆପଣଙ୍କୁ ଫେସବୁକରେ ଆପତ୍ତିଜନକ ଫଟୋ ମିଳୁଛି ତେବେ ଆଣ ତାହାକୁ ରିପୋର୍ଟ କରିପାରିବେ ୟୁଜର । ଏହାଛଡା ଅପଣ ସେହି ପ୍ଲାଟଫର୍ମର କଷ୍ଟମର କେୟାର ସହିତ ମଧ୍ୟ କଥା ହୋଇ ପାରିବେ । ତେବେ ଏହି ଗୋଟିଏ ଘଟଣା ନୁହେଁ, ଏ.ଆଇକୁ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଏପରି ଅନେକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏ.ଆଇର ବ୍ୟବହାର କରି ଜଣଙ୍କ ଚେହେରାରେ ଅନ୍ୟ ବ୍ୟକ୍ତିଙ୍କ ଚେହେରା ଲଗାଇ ଭୁଲ ରୂପ ମଧ୍ୟ ଦିଆଯାଇପାରୁଛି । ଏଡିଟ କରି କୌଣସି ବି ବ୍ୟକ୍ତିଙ୍କର ଅଶ୍ଳୀଳ ଫଟୋ ଏବଂ ଭିଡିଓ ପ୍ରସ୍ତୁତ କରାଯାଇ ସେମାନଙ୍କ ଫସାଇ ଦେଉଛନ୍ତି ଅପରାଧୀ ।

Get real time updates directly on you device, subscribe now.