୨୪-୨୫ ତାରିଖକୁ ସାବଧାନ୍! ‘ଦାନା’ ପ୍ରଭାବରେ ପ୍ରବଳ ବର୍ଷା, ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ସାରା ଓଡ଼ିଶାରେ ଭୟ ଦେଖାଦେଇଛି । ଭିତରକନିକାରୁ ଧାମରା ଭିତରେ ଏହି ବାତ୍ୟା ଲାଣ୍ଡଫଲ କରିବ ବୋଲି ଅନୁମାନ କରୁଛି ପାଣିପାଗ ବିଭାଗ । ଫଳରେ ବାଲେଶ୍ୱର, ଭଦ୍ରକ ଏବଂ ଜଗତସିଂହପୁର ସମେତ ବିଭିନ୍ନ ଜିଲ୍ଲାରେ ଏହାର ପ୍ରଭାବ ପଡ଼ିପାରେ । ଏହାବ୍ୟତୀତ ଆସନ୍ତା ୨୪ ତାରିଖ ପାଇଁ ରାଜ୍ୟର ଅନେକ ଜିଲ୍ଲାକୁ ସତର୍କ ରହିବା ପାଇଁ କୁହାଯାଇଛି । ଏହିଦିନ ପ୍ରବଳ ବର୍ଷା ହେବା ନେଇ ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

୨୪ ଏବଂ ୨୫ ତାରିଖ ସୁଦ୍ଧା ବାତ୍ୟା ‘ଦାନା’ ଲାଣ୍ଡଫଲ କରିବ ବୋଲି କହିଛି ପାଣିପାଗ ବିଭାଗ । ଆଇଏମଡି ପକ୍ଷରୁ ଦିଆଯାଇଥିବା ଗତିପଥ ଉପରେ ଅନୁଶୀଳନ ପରେ ଜଣାଯାଇଛି ଯେ, ଏହା ପୁରୀରୁ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ । ତେବେ ଏହା ପ୍ରଭାବରେ ରାଜ୍ୟର ପ୍ରାୟ ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ ଏବଂ ଖୋର୍ଦ୍ଧାରେ ୨୪ ତାରିଖରେ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଏଥିପାଇଁ ଏହିସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହିତ ପୁରୀ, ନୟାଗଡ଼ ଏବଂ ଗଞ୍ଜାମରେ ମଧ୍ୟ ପ୍ରବଳ ବର୍ଷା ନେଇ ୟରେଞ୍ଜ ୱାର୍ଣ୍ଣିହ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ୨୫ ତାରିଖ ପାଇଁ ରାଜ୍ୟରେ ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ଆଇଏମଡି । ଏହି ତାଲିକାରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟଖ ଏବଂ ଯାଜପୁର ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହାବ୍ୟତୀତ ଢେଙ୍କାନାଳ,ଅନୁଗୁଳ ଦେବଗଡ଼ ଏବଂ ସୁନ୍ଦରଗଡ଼ରେ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବାତ୍ୟାର ପ୍ରଭାବରେ ଏହି ଦୁଇ ଦିନ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.