ଓଡ଼ିଶା ଭାସ୍କର: ଆସୁଛି ଆଲୋକର ପର୍ବ ଦୀପାବଳି । ଖୁସିର ପର୍ବ ଦୀପାବଳିରେ ପିଲାଠାରୁ ବୁଢ଼ା ପର୍ୟ୍ୟନ୍ତ ସମସ୍ତେ ମିଶି ବାଣ ଫୁଟାଇଥାନ୍ତି । କିନ୍ତୁ ଟିକକିଏ ଅନ୍ୟମନସ୍କ ହେଲେ ଏଥିରୁ ବଡ ବଡ ଦୁର୍ଘଟଣା ଘଟିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଏଥିପାଇଁ ବାଣ ଫୁଟାଇବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ । ବାଣ ଫୁଟାଇବା ଦ୍ୱାରା ବାୟୁମଣ୍ଡଳ ପ୍ରଦୂଷିତ ହୋଇଥାଏ । ଅତ୍ୟଧିକ ଧୂଆଁ ପାଇଁ ଫୁସଫୁସ ରୋଗୀ ଏବଂ ଶ୍ୱାସ ରୋଗୀମାନେ କଷ୍ଟ ପାଇଥାନ୍ତି । ତେବେ ଫୁଲଝରି, ଅନାର, ରକେଟର ଆଲୁଅ ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଇଥାଏ । ବାଣର ଧୂଆଁରେ ଶ୍ସାସ ରୋଗ ଏବଂ ଶବ୍ଦରେ ହୃଦରୋଗୀଙ୍କ ସମସ୍ୟା ହୋଇଥାଏ । ବାଣର ଧୂଆଁ ଦ୍ୱାରା ନାକ ଏବଂ ଗଳାରେ ସମସ୍ୟା ଦେଖାଯାଇଥାଏ ।
୯୦-୧୧୫ ଡେସିବଲ୍ ତୀବ୍ରତାରେ ବାଣ ଫୁଟିଲେ ଏହା ସହିହେବ ବୋଲି କହିଛନ୍ତି ବୈଜ୍ଞାନିକ । କିନ୍ତୁ ୧୪୦ଡେସିବଲ ତୀବ୍ରତା କିମ୍ବା ଏହାଠାରୁ ଅଧିକ ତୀବ୍ରତା ବିଶିଷ୍ଟ ଶବ୍ଦ ହେଲେ କାର ପରଦା ଏବଂ ଏହାର ଭିତର ଅଂଶ ଫାଟିଯିବ । ତେଣୁ ଶବ୍ଦ ପ୍ରଦୂଷଣ କରୁଥିବା ବାଣ ଫୁଟାନ୍ତୁ ନାହିଁ । ଛୋଟ ଛୁଆମାନଙ୍କୁ ବାଣ ଫୁଟାଇବାକୁ ଏକୁଟିଆ ଛାଡ଼ନ୍ତୁ ନାହିଁ ଏବଂ କେବଳ ଆଲୋକିତ ହେଉଥିବା ବାଣ ଫୁଟାଇବାକୁ ଦିଅନ୍ତୁ । ଶ୍ୱାସ ରୋଗଗ୍ରସ୍ତ ପିଲାମାନଙ୍କୁ ବାଣଠାରୁ ଦୂରେଇ ରଖନ୍ତୁ । ଦୀପାବଳିରେ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ଏବଂ ହୃଦରୋଗୀମାନେ ସତର୍କ ରୁହନ୍ତୁ । ବାଣର ଜୋର ଶବ୍ଦରୁ ବଞ୍ଚିବା ପାଇଁ ଘରୁ ବାହାରନ୍ତୁ ନାହିଁ । ହଠାତ୍ ଜୋର ଶବ୍ଦ ଶୁଣିବା ଦ୍ୱାରା ରକ୍ତଚାପ ଅନିୟନ୍ତ୍ରିତ ହୋଇଥାଏ । ଏହା ଦ୍ୱାରା ହୃଦଘାତର ସମ୍ଭାବନା ଦେଖାଯାଇଥାଏ ।
ବାଣ ଦୂରରୁ ଫୁଟାନ୍ତୁ । ବାଣର ନିଆଁ ଦ୍ୱାରା ଆଖିର କର୍ଣ୍ଣିଆରେ କ୍ଷତ ସୃଷ୍ଟି ହୋଇଥାଏ । ଏହା ଦ୍ୱାରା କର୍ଣ୍ଣିଆରେ ଘା ସୃଷ୍ଟି ହେବ ଏବଂ ଦୃଷ୍ଟିଶକ୍ତି ମଧ୍ୟ ଯାଇପାରେ । ଯଦି ବାଣ ଫୁଟାଇବାବେଳେ ଟିକିଏ ବାରୁଦ କିମ୍ବା ନିଆଁ ପଡ଼ିଯାଏ, ତେବେ ଥଣ୍ଡା ପାଣିରେ ୧୫ମିନିଟ ପର୍ୟ୍ୟନ୍ତ ଲଗାତାର ଧୁଅନ୍ତୁ । ଜୋର ଶବ୍ଦ କରୁଥିବା ବାଣଦ୍ୱାରା ଆମ ଆଖି ପିତୁଳା ମଧ୍ୟ ଫାଟିବାର ସମ୍ଭାବନା ରହିଛି । ଅନାର ଏବଂ ରକେଟ ଛାଡ଼ୁଥିବାବେଳେ ସାବଧାନତା ଅବଲମ୍ବନ କରନ୍ତୁ । ଯଦି ସମ୍ଭବ ତେବେ ବାଣ ଫୁଟାଇବାବେଳେ ଚଷମା ଲଗାନ୍ତୁ ।
- ଘର ଭିତରେ ବାଣ ଫୁଟାନ୍ତୁ ନାହିଁ ।
- ଖୋଲାସ୍ଥାନରେ ବାଣ ଫୁଟାନ୍ତୁ ।
- ହାତରେ ବାଣ ଫୁଟାନ୍ତୁ ନାହିଁ ।
- ଭିଡ଼ ଥିବା ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ ।
- ଜାଳିବା ପରେ ବାଣ ପାଖକୁ ଯାଆନ୍ତୁ ନାହିଁ ।
- କୈାଣସି ଜ୍ୱଳନଶୀଳ ପଦାର୍ଥ ପାଖରେ କିମ୍ବା ଅଳିଆଗଦା ପାଖରେ ବାଣ ଫୁଟାନ୍ତୁ ନାହିଁ ।
- ବାଣ ଫୁଟାଉଥିବା ସ୍ଥାନରେ ପାଣିବାଲଟି ରଖନ୍ତୁ ।
- ବାଣ ଫୁଟାଇବା ପରେ ବାଣର ଅବଶେଷ ବାଣିରେ ପକାଇଦିଅନ୍ତୁ ।
- ଶ୍ୱାସରୋଗୀମାନେ ପାଖରେ ଇହ୍ଲେଲର ରଖନ୍ତୁ ଏବଂ ଯଦି ସମ୍ଭବ ମାସ୍କ ଲଗାନ୍ତୁ ।
- ବାଣକୁ ବାକ୍ସ,ମାଠିଆ କିମ୍ବା ବୋତଲରେ ଫୁଟାନ୍ତୁ ନାହିଁ ।
- ବାଣ କିମ୍ବା ବମକୁ ଜାଳିକି ପକାନ୍ତୁ ନାହିଁ ।
- ଅଧିକ ଶବ୍ଦ କରୁଥିବା ବାଣ ଫୁଟାନ୍ତୁ ନାହିଁ । ଏହାଦ୍ୱାରା ଶ୍ରବଣ ଶକ୍ତିରେ ପ୍ରଭାବ ପଡ଼ିଥାଏ ।
- ଯଦି ଶରୀରର କୈାଣସି ଅଙ୍ଗ ଜଳିଯାଇଛି ତେବେ ଜ୍ୱଳନ ନକମିବା ଯାଏଁ ଥଣ୍ଡା ପାଣିରେ ଧୁଅନ୍ତୁ । ଏହା ପରେ ଡାକ୍ତରଙ୍କୁ ଦେଖାନ୍ତୁ ।
- ଭୁଲରେ ମଧ୍ୟ ପୋଡ଼ିଯାଇଥିବା ସ୍ଥାନକୁ କନାରେ ଘଷନ୍ତୁ ନାହିଁ ।
- ଜଳିଯାଇଥିବା ସ୍ଥାନରେ କୋଲ୍ଡ କ୍ରୀମ୍ ଏବଂ ବର୍ଣ୍ଣଲ ଲଗାନ୍ତୁ ।
- ଘରେ ଆଣ୍ଟିବାୟୋଟିକ୍ ଥିଲେ ଏହି ପୋଡ଼ା ଘାରେ ଲଗାନ୍ତୁ ।
- ଘା ଯଦି ଗଭୀର ହୋଇଥାଏ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
- ଯଦି ଆଖିରେ ବାରୁଦ କିମ୍ବା ନିଆଁ ପଡ଼ିଯାଇଥାଏ ତେବେ ଭୁଲରେ ମଧ୍ୟ ନ ରଗଡ଼ି ଥଣ୍ଡା ପାଣିରେ ୧୫ମିନିଟ ପର୍ୟ୍ୟନ୍ତ ଧୁଅନ୍ତୁ । ନହେଲେ ଏହା ଦ୍ୱାରା କର୍ଣ୍ଣିଆ କ୍ଷତିଗ୍ରସ୍ତ ହୋଇଥାଏ ।
- ଭୁଲରେ ଆଖିରେ ଗୋଲାପ ଜଳ ଲଗାନ୍ତୁ ନାହିଁ ।
- ଯଦି ଆଖି ନ ଖୋଲେ ତେବେ ଆଖି ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।