fbpx

ମାତ୍ର ୧୨ଟଙ୍କାରେ ବିକ୍ରି ହେଉଛି ସୁନ୍ଦର ଘର, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ: ନୂଆ ଘର ଆଉ ସୁନ୍ଦର ଘର କିଣିବାକୁ କିଏ ବା ନ ଚାହେ । ସ୍ୱପ୍ନର ଘର କିଣିବାକୁ ଲୋକମାନେ ନିଜ ଜୀବନ ସାରାର ପୁଞ୍ଜି ଲଗାଇ ଦେଇଥାନ୍ତି । ତେବେ ମାତ୍ର ୧୨ଟଙ୍କାରେ ଘର ବିକ୍ରି ହେଉଛି ବୋଲି ଜାଣିଲେ ଆପଣ ପ୍ରଥମେ କଣ କରିବେ ସ୍ଥିର କରିନିଅନ୍ତୁ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ସତ ।

ସୂଚନା ଅନୁଯାୟୀ, କ୍ରୋଆସିଆର ଏକ ସହର ଲେଗ୍ରାଡ ଅଧିବାସୀ ନିଜ ଘରକୁ ୧୨ଟଙ୍କା ବିକିବାରେ ବାଧ୍ୟ ହେଉଛନ୍ତି । ପରିବହନ ସଂଯୋଗ କମ୍ ଥବା କାରଣରୁ ଲୋକ ନିଜ ଘର ଛାଡ଼ି ଚାଲିଯାଉଛନ୍ତି । ଏଭଳି ପରିସ୍ଥିତିରେ ପ୍ରଶାସନ ଏହି ଘର ଗୁଡ଼ିକୁ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛି । ଲେଗ୍ରାଡର ମେୟର ଇଭାନ ସାବୋଲିକ କହିଛନ୍ତି ଯେ ନିକଟରେ ୧୯ଟି ଘର ଖାଲି ହୋଇଛି । ଏହି ଘରର ଦାମ ଭାରତୀୟ ମୁଦ୍ରାରେ ପ୍ରାୟ ୧୨ଟଙ୍କା ରଖାଯାଇଛି । ଏଥିରୁ ୧୭ଟି ଘର ବିକ୍ରି ହୋଇସାରିଛି । ସେ ଆହୁରି କହିଛନ୍ତି ଯେ ଯେବେଠାରୁ ଏହି ସହର ସୀମାବର୍ତ୍ତୀ ସହର ହୋଇଛି ସେବେଠାରୁ ଏଠାରେ କ୍ରମାଗତ ଜନସଂଖ୍ୟା କମ ହୋଇଛି । ଲେଗ୍ରାଡ ସହରର ସୀମା ହଙ୍ଗେରୀ ସହ ଯୋଡ଼ି ହୋଇରହିଛି ।

ରିପୋର୍ଟ ଅନୁଯାୟୀ ଯଦି କେହି ଏଠାରେ ଘର କିଣିବାକୁ ଚାହିବେ ତେବେ ତାଙ୍କୁ ସ୍ଥାନୀୟ ପ୍ରଶାସନ ସାହାଯ୍ୟ କରିବ । ଏତିକି ନୁହେଁ ଯଦି ଏଠାରେ କେହି ରହିବାକୁ ଚାହିବେ ଏଥିପାଇଁ ତାଙ୍କୁ ଅତିକମରେ ୧୫ ବର୍ଷର ଚୁକ୍ତି କରିବାକୁ ପଡ଼ିବ । ଲେଗ୍ରାଡ ସହରର କଥା କହିଲେ ଏହା ପ୍ରାକୃତିକ ପରିବେଶ ଘେରା ଏକ ସହର । ଚାରିପଟେ ଘେରି ରହିଛି ଜଙ୍ଗଲ । ଏହି ସହରରେ ୨,୨୫୦ ଲୋକ ରହୁଛନ୍ତି । ରିପୋର୍ଟ ଅନୁଯାୟୀ ପୂର୍ବରୁ ଲେଗ୍ରାଡ ସହରରେ ଏହାର ଦୁଇଗୁଣା ଲୋକ ବସବାସ କରୁଥିଲେ ।

Get real time updates directly on you device, subscribe now.