fbpx

କାହା ପରି ଦେଖାଯାଆନ୍ତି ଭାମିକା? ଜାଣନ୍ତୁ କଣ କହିଲେ ବିରାଟଙ୍କ ଭଉଣୀ…

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏକ ପାୱାରଫୁଲ କପଲ । ଗତ ଜାନୁଆରୀରେ ସେମାନେ ସନ୍ତାନ ପ୍ରାପ୍ତି ହୋଇଛନ୍ତି । ବିରୁଷ୍କାଙ୍କ ଅଲିଅଳି ଝିଅର ନାଁ ରଖାଯାଇଛି ଭାମିକା । ଏଥିରୁ ଜଣାପଡୁଛି କି ଏହା ବିରାଟଙ୍କ ପ୍ରଥମ ଅକ୍ଷର ଭି ଆଉ ଅନୁଷ୍କାଙ୍କର ଶେଷ ଅକ୍ଷର କ ସହ ଯୋଡ଼ା ଯାଇ ରଖାଯାଇଛି । ବିରାଟଙ୍କ ଫ୍ୟାନ୍ସମାନେ ବିରାଟ ଓ ଅନୁଷ୍କାଙ୍କ ଝିଅର ଏକ ଝଲକ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି । କିଛି ଦିନ ପୂର୍ବେ ଅନୁଷ୍କାଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା କିନ୍ତୁ ସେ ତାଙ୍କ ଝିଅକୁ ପୂରାପୂରି ଘୋଡ଼େଇ ରଖିଥିଲେ । ତେବେ ଭାମିକାର ଛୋଟିଆ ଝଲକ ଦେଖିବାକୁ ମିଳିଥିଲା । ପ୍ରଶଂସକମାନେ କହିଥିଲେ ବିରାଟଙ୍କ ପ୍ରତିଛବି ହେଉଛନ୍ତି ଭାମିକା ।

କିନ୍ତୁ ଏହାକୁ ନେଇ ବିରାଟଙ୍କ ଭଉଣୀ ଭାବନା ତାଙ୍କ ଇନଣ୍ଟାଗ୍ରାମ ଆକାଉଣ୍ଟ “ଆସ୍କ ମି ଏନିଥିଙ୍ଗ’ ରଖିଥିଲେ । ଏତିକି ବେଳେ ବିରାଟ ଓ ଅନୁଷ୍କାଙ୍କ ଫ୍ୟାନ୍ସମାନେ ତାଙ୍କ ଝିଅ ଭାମିକାକୁ ନେଇ କିଛି ପ୍ରଶ୍ନ କରିଥିଲେ । ଜଣେ ୟୁଜର ପ୍ରଶ୍ନ କରିଥିଲେ କି – କଣ ଆପଣ ଭାମିକାକୁ ଦେଖିଛନ୍ତି? ସେ ଅନୁଷ୍କା ନା ବିରାଟଙ୍କ ଭଳି ଦେଖା ଯାଆନ୍ତି? ଏହାର ଉତ୍ତରରେ ଭାବନା କହିଥିଲେ ଯେ ହଁ ମୁଁ ଦେଖିଛି । ସେ ଗୋଟେ ପରୀ ଭଳି ଦେଖିବାକୁ ।

ବିରାଟ କୋହଲି ତାଙ୍କ ଝିଅ ଭାମିକାକୁ ସୋସିଆଲ ମିଡିଆରୁ ଦୂରେଇ ରଖିବାକୁ ଚାହାନ୍ତି । ବିରାଟ କହିଛନ୍ତି କି ଆମେ ଆମ ଝିଅକୁ ସେବେ ଯାଏଁ ସୋସିଆଲ ମିଡିଆରୁ ଦୂରେଇ ରଖିବାକୁ ଭାବିଛୁ ଯେ ପର୍ଯ୍ୟନ୍ତ ସେ ୟା ବିଷୟରେ ଜାଣି ନାହିଁ ।

Get real time updates directly on you device, subscribe now.