ଏସିଆ କପ୍ ୨୦୨୫ ପୂର୍ବରୁ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ନୂଆ ଲୁକ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା
ପାଣ୍ଡ୍ୟାଙ୍କୁ ନୂଆ ଲୁକରେ ଚିହ୍ନିପାରୁନାହାନ୍ତି ଦର୍ଶକ।
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ଆରମ୍ଭ ହେବାକୁ ଆଉ ବେଶୀ ଦିନ ବାକି ନାହିଁ। ଯେଉଁଥିରେ ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୯ରୁ ଆରମ୍ଭ ହେବ। ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟରେ ଏହାର ପ୍ରଥମ ମ୍ୟାଚ୍ ୧୦ ସେପ୍ଟେମ୍ବରରେ ଦୁବାଇ ଗ୍ରାଉଣ୍ଡରେ UAE ଦଳ ବିପକ୍ଷରେ ଖେଳିବ।
ଏଥିପାଇଁ ଟିମ୍ ଇଣ୍ଡିଆର ଦଳ ଦୁବାଇରେ ପହଞ୍ଚି ସାରିଛି, ଯେଉଁଥିରେ ପ୍ରଥମ ଅଭ୍ୟାସ ମ୍ୟାଚ୍ 5 ସେପ୍ଟେମ୍ବରରେ ଅର୍ଥାତ୍ ଆଜି ICC ଏକାଡେମୀରେ ଅନୁଷ୍ଠିତ ହେବ।
ହେଲେ ଏହାରି ଭିତରେ ଏସିଆ କପ୍ ପୂର୍ବରୁ ଭାରତୀୟ ଦଳର ଷ୍ଟାର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ନୂଆ ଲୁକ୍ ସାମ୍ନାକୁ ଆସିଛି। ଯେଉଁଥିରେ ପ୍ରଶଂସକଙ୍କ ପାଇଁ ତାଙ୍କୁ ଚିହ୍ନିବା ଟିକେ କଷ୍ଟକର ହୋଇପଡିଛି।
ହାର୍ଦ୍ଦିକଙ୍କ ଲୁକ୍ ଚେଞ୍ଚ: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ପ୍ରଶଂସକମାନଙ୍କୁ ଚମକାଇ ଦେଇଛନ୍ତି।
ପାଣ୍ଡ୍ୟା ତାଙ୍କର ନୂଆ ଲୁକକୁ ଦର୍ଶକଙ୍କୁ ସୂଚନା ଦେଇଛନ୍ତି। ଯେଉଁଥିରେ ସେ ତାଙ୍କ ଚୁଟିକୁ ରଙ୍ଗ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ କେଶରେ ଯେଉଁ ରଙ୍ଗ କରିଛନ୍ତି ତାହା ଧୂସର ରଙ୍ଗ ଭଳି ଦେଖାଯାଉଛି।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏହି ନୂଆ ଲୁକ୍ ତାଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଯେଉଁଥିରେ ସେ ତାଙ୍କ ନୂଆ ଲୁକ୍ ସହିତ ଅନେକ ଭିନ୍ନ ଭିନ୍ନ ପୋଜ୍ ରେ ମଧ୍ୟ ଫଟୋ ଉଠାଇ ସେୟାର କରିଛନ୍ତି।