fbpx

ବିବାହ ପୂର୍ବରୁ ଭାବି ଲାଇଫ୍ ପାର୍ଟନରଙ୍କୁ ଜରୁର କରନ୍ତୁ ଏପରି ପ୍ରଶ୍ନ, ମଜଭୁତ ହେବ ସଂପର୍କ

ଓଡ଼ିଶା ଭାସ୍କର: ବିବାହ ପୂର୍ବରୁ ଏକ ନିର୍ବନ୍ଧ ଉତ୍ସବ ଆୟୋଜନ ହୋଇଥାଏ । ଏହାକୁ କେତେକ ରିଙ୍ଗ୍ ସେରିମନି ବି କହିଥାନ୍ତି । ଏହାପରେ ଯୁବକ ଓ ଯୁବତୀଙ୍କ ଜୀବନ ପୁରା ବଦଳି ଯାଏ । କାରଣ ଉଭୟଙ୍କ ଉପରେ ବିଭିନ୍ନ ପ୍ରକାର ଦାୟିତ୍ୱ ଆସିଥାଏ । ଦାୟିତ୍ୱ ସହ ବିଭିନ୍ନ ପ୍ରକାର ଭୟ ବି ମନକୁ ଘାରିଥାଏ । ଆପଣ ନିଜ ଭାବି ଲାଇଫ୍ ପାର୍ଟନରଙ୍କ ସହ ଏହି ଭୟ ବିଷୟରେ ଆଲୋଚନା ବି କରିପାରିବେ । ଆପଣ ନିଜ ଭାବି ପତିଙ୍କ ସହ ନିଜ ମନର ଭାବନା ସେୟାର କରିବା ପୂର୍ବରୁ ପ୍ରଥମେ ଆପଣଙ୍କୁ ତାଙ୍କ ବିଷୟରେ ଭଲ ଭାବେ ଜାଣିବାକୁ ହେବ ।

ନିର୍ବନ୍ଧ ଓ ବିବାହ ମଧ୍ୟରେ ଯେଉଁ ସମୟ ରହିଛି ସେହି ସମୟ ମଧ୍ୟରେ ଆପଣ ସାଥୀଙ୍କ ସହ କଥା ହୋଇ ତାଙ୍କୁ ଭଲ ଭାବରେ ଜାଣିପାରିବେ । ଏହାସହିତ ଏହି ସମୟ ମଧ୍ୟରେ ଆପଣ ଜାଣିପାରିବେ କି ଆପଣଙ୍କ ସାଥୀଙ୍କ ବ୍ୟବହାର ବିବାହ ପରେ କିପରି ରହିବ । ଯଦି ଆପଣ ବିବାହ ପୂର୍ବରୁ କିଛି କଥା ପୂର୍ବରୁ ସ୍ପଷ୍ଟ କରିନେବେ ତେବେ ଆପଣଙ୍କ ବିବାହିତ ଜୀବନ ନିଶ୍ଚିତ ଭାବରେ ଭଲ ରହିବ । ଏହି କ୍ରମରେ ଆସନ୍ତୁ ଜାଣିବା କେଉଁ ଦିଗକୁ ନେଇ ସାଥୀଙ୍କ ସହ ଆଲୋଚନା କରିବେ ।

ଦାୟିତ୍ୱକୁ ନେଇ କରନ୍ତୁ ଆଲୋଚନା: ନିର୍ବନ୍ଧ ପରେ ଆପଣ ପାର୍ଟନରଙ୍କ ସହ ପରିବାର ଓ ସଂପର୍କୀୟଙ୍କ ବିଷୟରେ ଖୋଲାଖୋଲି ଆଲୋଚନା କରିବା ଉଚିତ । ବାହାଘର ପରେ ଉଭୟ କେଉଁ କେଉଁ ଦାୟିତ୍ୱ ନିଭାଇବେ ତାହା ପୂର୍ବରୁ ନିର୍ଦ୍ଧାରିତ ହେବା ଭଲ । ଏହାଦ୍ୱାରା ବିବାହ ପରେ ସବୁ ଜିନିଷ ବେଶ୍ ସହଜ ହୋଇଯିବ ।
ଆଡଜଷ୍ଟମେଣ୍ଟକୁ ନେଇ କରନ୍ତୁ ଆଲୋଚନା:ଆଡଜଷ୍ଟମେଣ୍ଟକୁ ନେଇ ପାରିବାରିକ ଜୀବନରେ ସବୁଠାରୁ ବଡ ସମସ୍ୟା ହୋଇଥାଏ । ତେଣୁ ବିବାହ ପୂର୍ବରୁ ଏ ସଂପର୍କରେ କଥା ହୋଇଯିବା ଭଲ । ଆପଣଙ୍କ ସମସ୍ୟା ସହିତ ଆପଣଙ୍କ ଭାବନାକୁ ବି ସାଥୀଙ୍କ ସହ ଖୋଲାଖୋଲି ସେୟାର କରନ୍ତୁ ।
କ୍ୟାରିୟରକୁ ନେଇ ଆଲୋଚନା:ଏହା ଯୁବତୀଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ । କାରଣ ଆଜି ବି ବହୁ ଘରେ ବିବାହ ପରେ ମହିଳାଙ୍କୁ ଚାକିରୀ କରିବାକୁ ଅନୁମତି ମିଳୁନାହିଁ । ଏହି କାରଣରୁ ବହୁ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ବାହାଘର ପୂର୍ବରୁ ଏ ବିଷୟରେ ଆଲୋଚନା କରନ୍ତୁ ।
ପରିବାର ବଢାଇବା ନେଇ ବି ଆଲୋଚନା କରନ୍ତୁ: ବିବାହର କିଛି ଦିନ ଭିତରେ ପରିବାର ସଦସ୍ୟ ସନ୍ତାନ ଚାହିଁଥାନ୍ତି । ତେଣୁ ବିବାହ ପୂର୍ବରୁ ଏ ବିଷୟରେ ଆପଣଙ୍କ ରାୟ କ’ଣ ରହିଛି ତାହା ଆଲୋଚନା କରନ୍ତୁ । ଫଳରେ ପରବର୍ତ୍ତୀ ସମୟରେ କୌଣସି ସମସ୍ୟା ଉପୁଜିବ ନାହିଁ ।

Get real time updates directly on you device, subscribe now.