fbpx

ଏହି ୩ ଭୁଲ୍ ଯୋଗୁଁ ଯେତେ ରୋଜଗାର କଲେ ବି ଅଭାବ ଲାଗି ରହେ, ଆଜି ହିଁ ସୁଧାରି ନିଅନ୍ତୁ

ଓଡ଼ିଶା ଭାସ୍କର: ବହୁ ସମୟରେ ଘରକୁ ପଇସା ତ ଆସିଥାଏ କିନ୍ତୁ କେଉଁବାଟେ ଖର୍ଚ୍ଚ ହୋଇଯାଏ ତାହା ଜଣାପଡି ନ ଥାଏ । ଫଳରେ ଘରେ ସର୍ବଦା ଅଭାବ ଅସୁବିଧା ଲାଗି ରହେ । ତେବେ ଏପରି ଘଟିବା ପଛରେ ଘରେ କିଛି ବାସ୍ତୁ ଦୋଷ ଦାୟୀ ହୋଇଥାଏ ।
୧-ବାସ୍ତୁଶାସ୍ତ୍ର ଅନୁସାରେ ଘରକୁ କେବେ ବି କୌଣସି ପ୍ରକାର କଳାଧନ ଆସିବା ଅନୁଚିତ । ଏହି ଧନ କେବେ ବି ରହେ ନାହିଁ ।
୨-ସେହିପରି ଭୁଲ୍ ଉପାୟରେ ଉପାର୍ଜିତ ଧନ ବି ବେଶୀ ସମୟ ରହି ନ ଥାଏ । ଯେଉଁ ଘରକୁ ଅବୈଧ ତରିକାରେ ଉପାର୍ଜିତ ଅର୍ଥ ଆସିଥାଏ ସେଠାରେ ଧନ ଅଧିକ ସମୟ ପର୍ଯ୍ୟନ୍ତ ରହି ନ ଥାଏ ।
୩-ବହୁ ଲୋକଙ୍କ ଘରେ ଭଙ୍ଗା ବାସନକୁ ସାଇତି କରି ରଖାଯାଏ ଓ ସେଥିରେ ଖିଆ ପିଆ କରାଯାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ପ୍ରକାର ଅଭ୍ୟାସ ଠିକ୍ ନୁହେଁ । ଏହି ଅଭ୍ୟାସ ଅର୍ଥାଭାବର କାରଣ ପାଲଟିପାରେ ।

Get real time updates directly on you device, subscribe now.