fbpx

ପୂର୍ବତନ IPS ସଞ୍ଜୀବ ଭଟ୍ଟଙ୍କୁ ୨୦ ବର୍ଷ ଜେଲଦଣ୍ଡ: ୨୦ ବର୍ଷର ପୁରୁଣା ମାମଲାରେ ନିଷ୍ପତ୍ତି ଶୁଣାଇଲେ କୋର୍ଟ

ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ ଅଧିକାରୀ ସଞ୍ଜୀବ ଭଟ୍ଟଙ୍କୁ ୨୦ ବର୍ଷର ଜେଲଦଣ୍ଡାଦେଶ ଶୁଣାଣି କରିଛନ୍ତି କୋର୍ଟ । ପାଲନପୁରର ୧୯୯୬ ଏନଡିପିଏସ ମାମଲାରେ ଶ୍ରୀ ଭଟ୍ଟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ଆଜି ପାଲନପୁରର ସେଶନ କୋର୍ଟରେ ହାଜର କରାଯାଇଥିଲା । ଏହି ଦଣ୍ଡାଦେଶ ସହିତ ଶ୍ରୀ ଭଟ୍ଟଙ୍କୁ ୨ ଲକ୍ଷ ଟଙ୍କାର ଜରିମାନା ଦଣ୍ଡାଦେଶ ହୋଇଛି । ତେବେ ଏହି କେସ ୫ ବର୍ଷ ହେଲା ଚାଲଲି ଆସୁଛି ଓ ଶ୍ରୀ ଭଟ୍ଟ ଏହି କେସରେ କେବେ ବି ନଥିଲେ ବୋଲି ତାଙ୍କର ପତ୍ନୀ ଶ୍ୱେତା ଭଟ୍ଟ କହିଛନ୍ତି ।

ସୁମେର ସିଂହ ରାଜପୁରୋହିତଙ୍କ ଗିରଫଦାରୀ ପରେ ଏହି ମାମଲା ସାମ୍ନାକୁ ଆସିଥିଲା । ପାଲନପୁରର ହୋଟେଲ ଲାଜବନ୍ତୀରେ ରେଡ୍ ସମୟରେ କିଛି ଡ୍ରଗ୍ସ ଜବତ ହୋଇଥିଲା । ଏହି ମାମଲାରେ ରାଜସ୍ଥାନର ଜଣେ ଓକିଲଙ୍କୁ ଶ୍ରୀ ଭଟ୍ଟ ବେଆଇନ ଭାବେ ଫସାଇଥିବା ନେଇ ଅଭିଯୋଗ ହୋଇଥିଲା । ସେହି ମାମଲାରେ ଶ୍ରୀ ଭଟ୍ଟ ୨୦୧୮ରୁ ଜେଲରେ ରହିଛନ୍ତି । ଆଜି ଉକ୍ତ ମାମଲାରେ କୋର୍ଟ ଶୁଣାଣି କରିଥିଲେ । ସଞ୍ଜୀବ ଭଟ୍ଟ ବର୍ତ୍ତମାନ ଜେଲରେ ରହିଥିବା ବେଳେ ଏହା ପୂର୍ବରୁ ଜାମନଗର କଷ୍ଟୋଡିୟଲ ଡେଥ କେସ କେସରେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା । ସୂଚନାଯୋଗ୍ୟ ଯେ, ୨୦୦୨ର ଗୁଜରାଟ ଦଙ୍ଗା ମାମଲାରେ ଗୁଜରାଟର ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ଥିବା ନେଇ ଅଭିଯୋଗ କରି ଶ୍ରୀ ଭଟ୍ଟ ୨୦୧୧ରେ ଚର୍ଚ୍ଚାକୁ ଆସିଥିଲେ ।

Get real time updates directly on you device, subscribe now.