ପ୍ରଧାନମନ୍ତ୍ରୀଙ୍କ କାନପୁର ଗସ୍ତ, ମଞ୍ଚକୁ ଯିବା ପୂର୍ବରୁ ସମସ୍ତଙ୍କର ହେବ କୋଭିଡ୍ ଟେଷ୍ଟ୍

ମେ 30 ରେ କାନପୁର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଆଖପାଖରେ ରହୁଥିବା ତଥା ମଞ୍ଚ ଉପରେ ଥିବା ସମସ୍ତ ଲୋକଙ୍କର ହେବ କୋରୋନା ଟେଷ୍ଟ ।

କାନପୁର: ମେ 30 ରେ କାନପୁର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କାନପୁରରେ ଏକ ବଡ଼ ରାଲିକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବଡ଼ ଧରଣର ପ୍ରସ୍ତୁତି କରାଯାଉଛି। ଏହି ସମୟରେ, କାନପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ ଖବର ଆସିଛି। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଆଖପାଖରେ ରହୁଥିବା ତଥା ମଞ୍ଚ ଉପରେ ଥିବା ସମସ୍ତ ଲୋକଙ୍କର ହେବ କୋରୋନା ଟେଷ୍ଟ ।

ଗତ କିଛି ଦିନ ମଧ୍ୟରେ ଦୃତ ଗତିରେ ବଢିବାରେ ଲାଗିଛି କୋଭିଡ଼ ମାମଲା । ଏନେଇ ପୂର୍ବରୁ ସତର୍କ ରହିଛି ପ୍ରଶାସନ । ସୂତ୍ର ଅନୁସାରେ କାନପୁରରେ ପ୍ରଧାନମନ୍ତ୍ରୀଙ୍କ ରାଲି ସମୟରେ ମଞ୍ଚ ଏବଂ ତାଙ୍କ ଆଖ ପାଖରେ ରହୁଥବା ଲୋକଙ୍କର ଆଜିଠାରୁ କୋଭିଡ ଟେଷ୍ଟ କରାଯିବ । ଯାହା ଦ୍ଵାରା କୋରୋନା ସଂକ୍ରମଣର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରାଯାଇପାରିବ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରସ୍ତୁତିର ସମୀକ୍ଷା କଲେ

ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବଡ଼ ଧରଣର ପ୍ରସ୍ତୁତି କରାଯାଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ରାଲିର ପ୍ରସ୍ତୁତିର ସମୀକ୍ଷା କରିବାକୁ କାନପୁର ପହଞ୍ଚି ରାଲି ସ୍ଥଳ ପରିଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଏଠାରେ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକ ମଧ୍ୟ କରିବେ, ଯାହା ପରେ ସେ ଅପରାହ୍ନ 1ଟାରେ ଲକ୍ଷ୍ନୌ ଫେରିଯିବେ। ଏହା ପୂର୍ବରୁ ସୋମବାର, ଅର୍ଥାତ, ମେ 26 ତାରିଖରେ ୟୁପିର ଡିଜିପି(DGP) ପ୍ରଶାନ୍ତ କୁମାର ମଧ୍ୟ ସଭାସ୍ଥଳରେ ପହଞ୍ଚି ସୁରକ୍ଷା ସମ୍ପର୍କରେ ବିଭିନ୍ନ ନିର୍ଦ୍ଦେଶାବଳୀ ଜାରି କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର (ମେ 30) କାନପୁର ଗସ୍ତରେ ଯିବେ। ତାଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ସମ୍ପୂର୍ଣ୍ଣ କଡ଼ାକଡ଼ି କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି କାନପୁର ପାଇଁ 21ହଜାର କୋଟି ଟଙ୍କାର ଭେଟି ନେଇକି ଆସୁଛନ୍ତି । ଯେଉଁଠାରେ ସେ ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟର ଉଦଘାଟନ କରିବେ। ଏହା ବ୍ୟତୀତ, ସେ ଚୁନିଗଞ୍ଜରେ ନିର୍ମିତ କନଭେନସନ ସେଣ୍ଟର ଏବଂ ଘଟମପୁର ଏବଂ ପନକିର ପାୱାର ପ୍ଲାଣ୍ଟର ମଧ୍ୟ ଉଦଘାଟନ କରିବେ ।