ସୋର: ପରୀକ୍ଷା ଦେବାକୁ ବାହାରିଥିଲେ ଛାତ୍ର । କଲେଜ ଯିବା ସ୍ୱପ୍ନ ପୂରା ହୋଇପାରିଲା ନାହିଁ ।
ପରୀକ୍ଷା ଯିବାକୁ ବାହାରିଥିବା ଛାତ୍ର ହଠାତ୍ ଟଳିପଡ଼ିଲେ । ବାଲେଶ୍ୱର ବାହାନଗା ବ୍ଲକ ବରିପଦା ଗାଁରେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଘଟିଛି ମୃତ୍ୟୁ ।
ଘରୁ ପରୀକ୍ଷା ଦେବାକୁ ବାହାରିବା ବେଳେ ହଠାତ ଛାତ୍ରଙ୍କ ପେଟ କାଟିଥିଲା । ଅସହ୍ୟ ଯନ୍ତ୍ରଣା ହେବା କାରଣରୁ ପରିବାର ଲୋକେ ଛାତ୍ରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ହେଲେ ଛାତ୍ରଜଣଙ୍କ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବାଟରେ ହିଁ ଆଖି ବୁଜିଦେଇଥିବା ସୂଚନା ।
୩ ଦିନ ପୂର୍ବେ ଭୋଜି ଖାଇବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିବା କହିଛନ୍ତି ଘରଲୋକେ ।