fbpx

ନିର୍ବାଚନ ପୂର୍ବରୁ ଶିବରାଜ ସରକାର ମହିଳାଙ୍କୁ ହେଲେ ଉପହାର, ସରକାରୀ ଚାକିରୀରେ ମିଳିବ ୩୫ ପ୍ରତିଶତ ସଂରକ୍ଷଣ

ମଧ୍ୟପ୍ରଦେଶ : ମହିଳାମାନଙ୍କ ପାଇଁ ଶିବରାଜ ସିଂ ଚୌହାନ ଏକ ବଡ ନିଷ୍ପତି ନେଇଛନ୍ତି । ମଧ୍ୟପ୍ରଦେଶରେ ମହିଳାମାନଙ୍କ ପାଇଁ ୩୫% ସରକାରୀ ଚାକିରୀରେ ହେବ ସଂରକ୍ଷଣ । ଏଥିରେ ବନ ବିଭାଗକୁ ଛାଡି ବାକି ସବୁ ବିଭାଗରେ ମହିଳା ମାନଙ୍କ ପାଇଁ ୩୫% ସଂରକ୍ଷଣ ରହିବ । ମହିଳାଙ୍କୁ ସଶକ୍ତ ଏବଂ ଆତ୍ମନିର୍ଭର କରିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଘୋଷଣା କଲା ପରେ ମହିଳାଙ୍କ ପାଇଁ ଏହି କୋଟା ସଂରକ୍ଷଣ ହୋଇ ରହିଲା ।

ମଧ୍ୟପ୍ରଦେଶରେ ଶିବରାଜ ସରକାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବା ପରେ ବଡ ନିଷ୍ପତି ନେବାରେ ଲାଗିଛନ୍ତି । ସେହିପରି ଆଗରୁ ମହିଳା ମାନଙ୍କୁ ପୋଲିସରେ ୩୦ % ସଂରକ୍ଷଣ କରାଯାଇଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୩୫ %ରେ ପହଞ୍ଚିଛି । ଯେତେ ସରକାରୀ ଚାକିରୀ ରହିଛି ସବୁ ଥିରେ ୩୫% ମହିଳା ରହିବେ । ଝିଅମାନଙ୍କ ପାଇଁ “ଲାଡଲି ବହନା ଯୋଜନାରେ ୫ ମ କିସ୍ତି ଏବେ ଜାରି କରାଯିବ । ୧୫୯୭ କୋଟି ଟଙ୍କା ୧କୋଟି ୩୧ ଲକ୍ଷ ଭଉଣୀଙ୍କ ଖାତାକୁ ଟ୍ରାନ୍ସଫର ହେବ ।

Get real time updates directly on you device, subscribe now.