fbpx

ଦୁଇଥର ପ୍ରଧାନମନ୍ତ୍ରୀ ହେବା ଯଥେଷ୍ଟ ନୁହେଁ, ମୁଁ ଅନ୍ୟ ଏକ ଧାତୁରେ ନିର୍ମିତ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୁଆଦିଲ୍ଲୀ: ଦୁଇଥର ପ୍ରଧାନମନ୍ତ୍ରୀ ହେବା ଜଣେ ବ୍ୟକ୍ତିଙ୍କ ଲାଗି ପର୍ଯ୍ୟାପ୍ତ ନୁହେଁ । ଲଗାତାର ଦୁଇଥର ପ୍ରଧାନମନ୍ତ୍ରୀ ହେବା ପରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଗୁଜରାଟ ସରକାରଙ୍କ ଯୋଜନାରେ ହିତାଧିକାରିଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ସେ ଏତେ ଶୀଘ୍ର ନରମ ପଡ଼ିବେ ନାହିଁ । ଏହି ସମୟରେ ଜଣେ ବିରୋଧୀ ଦଳର ନେତା ତାଙ୍କୁ କହିଥିବା କଥାକୁ ସେ ମନେ ପକାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜନିତୀରେ କେହି ବିରୋଧୀ ହେଲେ ମଧ୍ୟ ମୁଁ ତାଙ୍କର ସମ୍ମାନ କରିଥାଏ । କେତେକ କ୍ଷେତ୍ରରେ ସେ ମୋ ଉପରେ ଖୁସି ନଥିଲେ ଏବଂ ସେଥିପାଇଁ ସେ ମୋତେ ଭେଟିବାକୁ ଆସିଥିଲେ । ସେ କହିଛନ୍ତି, ମୋଦୀ ଜୀ, ଆପଣ ଦୁଇଥର ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ବର୍ତ୍ତମାନ ତୁମେ ଆଉ କ’ଣ ଚାହୁଁଛ? ସେ ମତ ରଖିଥିଲେ ଯେ ଯଦି କେହି ଦୁଇଥର ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ସେ ସବୁକିଛି ପାଇବେ । ଜଣେ ବ୍ୟକ୍ତିଙ୍କ ପାଇଁ ଦୁଇଥର ପ୍ରଧାନମନ୍ତ୍ରୀ ହେବା ଯଥେଷ୍ଟ ଅଟେ। କିନ୍ତୁ ମୁଁ ଅନ୍ୟ ଏକ ଧାତୁରେ ତିଆରି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ମୁଁ ଗୁଜରାଟର ମାଟିରେ ନିର୍ମିତ । ମୁଁ କୌଣସି କାମକୁ ଢିଲା ଦେବାରେ ବିଶ୍ୱାସ ରଖେ ନାହିଁ । ଣମୁଁ ଏପରି ଭାବେ ନାହିଁ ଯେ ଯାହା ହେବାର ଥିଲା ହୋଇଗଲା, ଏବଂ ଯାହା ହେବାର ଥିବା ହେବ । ଏବେ ଆରାମ କରିବାର ସମୟ । ମୋର ସ୍ୱପ୍ନ ହେଉଛି ପରିପୃଷ୍ଠ, ଶତପ୍ରତିଶ ଜନସାଧାରଣଙ୍କ ସ୍ୱାର୍ଥର ଯୋଜନା ପହଞ୍ଚିବା ଦରକାର । ତେବେ ପ୍ରଧାନମନ୍ତ୍ରୀ ତାଙ୍କର ଭାଷଣରେ କୌଣସି ନେତାଙ୍କ ନାମ ଉଲ୍ଲେଖ କରି ନାହାନ୍ତି ।

 

Get real time updates directly on you device, subscribe now.