fbpx

ସ୍ୱିମିଙ୍ଗ ପୁଲରେ ଋଷ ନାବାଳିକାଙ୍କୁ ଦୁଷ୍କର୍ମ: କର୍ଣ୍ଣାଟକରୁ ଗିରଫ ହେଲା ଅଭିଯୁକ୍ତ ଦୁଷ୍କର୍ମକାରୀ

ଗୋଆ: ଋଷର ୧୨ ବର୍ଷୀୟ ଜଣେ ନାବାଳିକାକୁ ଦୁଷ୍କର୍ମ କରି ଗିରଫ ହୋଇଛି ଯୁବକ । କର୍ଣ୍ଣାଟକ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରିଛି ଗୋଆ ପୋଲିସ । ତେବେ ସେ ଜଣେ ବିବାହିତ ପୁରୁଷ ବୋଲି ଜାଣିବାକୁ ମିଳିଛି । ସବୁଠୁ ଆଶ୍ଚର୍ଯ୍ୟକର ଘଟଣା ହେଉଛି ଅଭିଯୁକ୍ତ ସେହି ହେଟେଲର କର୍ମଚାରୀ, ଯେଉଁଠି ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି ।

ସୂଚନା ଅନୁସାରେ, ରବି ଲମାନୀ ନାମକ ଜଣେ ଯୁବକକୁ କର୍ଣ୍ଣାଟକର ଗଦଗରୁ ଗିରଫ କରିଛି ଗୋଆ ପୋଲିସ । ଗତ ୬ ତାରିଖରେ ଏକ ହୋଟେଲର ସ୍ୱିମିଙ୍ଗ ପୁଲରେ ଋଷର ଜଣେ ୧୨ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଥିଲା ରବି । ପୀଡିତାଙ୍କ ମା ଏ ନେଇ ୯ ତାରିଖରେ ଅଭିଯୋଗ କରିବାରୁ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା । ତେବେ ପ୍ରଥମେ ସ୍ୱିମିଙ୍ଗ ପୁଲ ଏବଂ ପରେ ଏକ ରୁମରେ ଝିଅକୁ ଦୁଷ୍କର୍ମ କରାଯାଇଥିବା ମା ଅଭିଯୋଗ କରିଥିଲେ ବୋଲି କହିଛନ୍ତି ଇନ୍ସପେକ୍ଟର ବିକ୍ରମ ନାଇକ ।

ତେବେ ଫେରାର ଅଭିଯୁକ୍ତ ରବିକୁ ପୋଲିସ କର୍ଣ୍ଣାଟକର ଏକ ଅଞ୍ଚଳରୁ ଗିରଫ କରିଛି । ଆଇପିସି ଧାରା ୩୭୬, ଗୋଆ ଚିଲଡ୍ରେନ ଆକ୍ଟ ଧାରା ୮ ଏବଂ ପୋକ୍ସୋ ଆକ୍ଟ ଅନୁଯାୟୀ ରବି ବିରୋଧରେ ମାମଲା ରୁଜୁ କରିଛି ଗୋଆ ପୋଲିସ । ନାବାଳିକା ଏବଂ ତାଙ୍କ ମା ରହିଥିବା ହୋଟେଲରେ ରବି ଜଣେ ଆଟେଣ୍ଡାଣ୍ଟ ଭାବେ କାମ କରୁଥିଲା ବୋଲି ଜଣାଯାଇଛି । ଝିଅର ମା ନଥିବାର ସୁଯୋଗ ନେଇ ନାବାଳିକାକୁ ଦୁଷ୍କର୍ମ କରିଥିବା ବୋଲି ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.