fbpx

ରାଜ୍ୟରେ ବଦଳିଲା ପାଣିପାଗ: କମିଲା ବର୍ଷା.. ବଢ଼ିଲା ତାତି , ୧୫ ତାରିଖଠୁ ଉପରମୁହାଁ ହେବ ପାରଦ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଦୂର ହେଲା ବାତ୍ୟା ଅସାନୀ ଭୟ । ଏହା ଓଡ଼ିଶାକୁ ନ ଆସି ଆନ୍ଧ୍ରରେ ତାଣ୍ଡବ ରଚିଲା ।ଅବପାତରେ ପରିଣତ ହୋଇ ସମୁଦ୍ର ଭିତରକୁ ଚାଲିଗଲା ଅସାନୀ। ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ପୂର୍ବରୁ ଜାରି କରାଯାଇଥିବା ବେଳେ ଏବେ ବାତ୍ୟା ଟଳିଥିବାରୁ ମତ୍ସ୍ୟଜୀବୀମାନେ ଶୁକ୍ରବାର ଠାରୁ ସମୁଦ୍ରକୁ ଯିବାର ସମ୍ଭାବନା ଦେଖାଦେଇଛି ।

ରାଜ୍ୟରେ ପାଣିପାଗର ପରିବର୍ତ୍ତନ । ମେଘମୁକ୍ତ ଆକାଶ ସହ ତାପମାତ୍ରାରେ ବୃଦ୍ଧି ଘଟିଛି । ଆଗାମୀ ଦିନରେ ପୂର୍ବରି ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଏବେ ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମ୍‌ ରହିଛି । ଉପକୂଳ ଓଡ଼ିଶାରେ ମଧ୍ୟ ସ୍ଥିତି ସମାନ ରହିଛି । ୨ ଦିନ ଭିତରେ ସବୁ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକ ହେବା ସହ ୧୫ ତାରିଖ ଠାରୁ ପାରଦ ଉପରମୁହାଁ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ଉପକୂଳ ଓଡ଼ିଶାର ସବୁ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଉପରେ ରହିବାର ସମ୍ଭାବନା ରହିଥିବାବେଳେ ଆଭ୍ୟନ୍ତରୀଣଓଡ଼ିଶାରେ ତାପମାତ୍ରା ୪୪ ଡିଗ୍ରୀ ଉପରେ ପହଞ୍ଚିାରେ ବୋଲି ପାଣିାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି, ୧୫ ତାରିଖ ଠାରୁ ରାଜ୍ୟରେ ତାପମାତ୍ରାରେ ବୃଦ୍ଧି ଘଟିବାର ସମ୍ଭାବନା ରହିଛି।

Get real time updates directly on you device, subscribe now.