fbpx

(ଭିଡିଓ) ବେକରେ ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା: ମୋବାଇଲକୁ ନେଇ ଅତ୍ମହତ୍ୟା କରିଥିବା ନେଇ ପରିବାର ଲୋକଙ୍କ ସନ୍ଦେହ

ବେକରେ ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା । ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଆପାଳ ଥାନା ଅଧୀନ ଅଳାଡିହା ଗ୍ରାମପଞ୍ଚାୟତର ବାଲିବିଲ୍ ଗ୍ରାମରେ ।

ସୂଚନାଯୋଗ୍ୟ, ବାଲିବିଲ ଗ୍ରାମର ମୃତ୍ୟୁଞ୍ଜୟ ପାତ୍ରଙ୍କ ବଡ଼ପୁଅ ସୂର୍ଯ୍ୟନାରାୟଣ ପାତ୍ର (୨୧) ବାଲେଶ୍ଵରରେ ଘରୋଇ ସଂସ୍ଥା ରେ କାର୍ଯ୍ୟରତ ଥାଇ ଗତ ତିନିଦିନ ତଳେ ଘରକୁ ଆସିଥିଲେ। ତେବେ ଆଜି ଭୋର୍ ସମୟରେ ବେକରେ ଶାଢ଼ୀ ଗୁଡାଇ ଆତ୍ମହତ୍ୟା କରିଥିବା ଘରଲୋକ ଦେଖିବାକୁ ପାଇଥିଲେ। ତେବେ ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବାବେଳେ ମୋବାଇଲକୁ ନେଇ ମାନସିକ ଭାରସାମ୍ୟ ହରାଇ ସୂର୍ଯ୍ୟନାରାୟଣ ଏପରି କାର୍ଯ୍ୟ କରିଥିବା ଘରଲୋକ କହିଛନ୍ତି । ତେବେ ବାଲିଆପାଳ ପୋଲିସ ତଦନ୍ତ କରିବା ସହ ୪୧/୨୧ ରେ ଏକ ଅପମୃତ୍ୟୁ ମାମଲା କରି ତଦନ୍ତ ଜାରି ରଖିଛି। ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.