fbpx
BSKY
BJD YOUTH SKY
BJD MS SKY

ବେନ ଷ୍ଟୋକ୍ସ କ୍ରିକେଟ ମଇଦାନରେ କରିଦେଲେ ଏମିତି ଭୁଲ: ସମସ୍ତେ ଉଡାଇଲେ ଖେଳାଳିଙ୍କ ମଜାକ

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ ପୂର୍ବରୁ ଟି-୨୦ ସିରିଜରେ ମୁହାଁମୁହିଁ ହୋଇଛନ୍ତି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ । ତେବେ ଏହି ସିରିଜ ଅଷ୍ଟ୍ରେଲିଆ ପାଇଁ ଏକ ଖରାପ ସ୍ୱପ୍ନ ପାଲଟିଛି । ୦-୨ରେ ଏହି ସିରିଜକୁ ହାତଛଡା କରିଛି ଅଷ୍ଟ୍ରେଲିଆ । ତେବେ ଶେଷ ମ୍ୟାଚ ବର୍ଷାରେ ଧୋଇଯିବାରୁ ଇଂଲଣ୍ଡ ସିରିଜକୁ ନିଜ ନାମରେ କରିଛି । କିନ୍ତୁ ଏହି ମ୍ୟାଚରେ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟ୍ରୋକ୍ସ କିଛି ଏମିତି କାରନାମା କରିଛନ୍ତି ଯାହାର ଭିଡିଓ ଏବେ ଖୁବ ଭାଇରାଲ ହେଉଛି ।

ବର୍ଷା ଯୋଗୁଁ ଏହି ମ୍ୟାଚ ୧୨ ଓଭର ଲେଖାଏଁ ଖେଳ ହୋଇଥିଲା । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୧୧୨ ରନର ପାହାଡ କରିଥିଲା । କିନ୍ତୁ ଇନିଂସର ଶେଷ ବଲରେ ଏକ ମଜାଦାର ଘଟଣା ଘଟିଥିଲା । ଅଷ୍ୟ୍ରେଲିଆ ତରଫରୁ ଶେଷ ଓଭର ବୋଲିଂ କରୁଥିଲେ ଗ୍ଲେନ ମ୍ୟାକ୍ସୱେଲ । ଶେଷ ବଲରେ ଷ୍ଟ୍ରେଟରେ ଏକ ଜବରଦସ୍ତ ଶଟ ଖେଳିଥିଲେ ବେନ ଷ୍ଟୋକ୍ସ । ବଲଟି ବାଉଣ୍ଡ୍ରି ବାହାରକୁ ଚାଲିଯିବ ବୋଲି ସେ ଏକଦମ ଭାବି ନେଇଥିଲେ । ତେଣୁ ସେ ରନ ମଧ୍ୟ ନେଉ ନଥିଲେ । କିନ୍ତୁ ତାହା ହୋଇ ନଥିଲା । ସେ ପରେ ଅନୁଭବ କରିଥିଲେ ଯେ ଏହି ବଲ ବାଉଣ୍ଡ୍ରି ବାହାରକୁ ଯିବ ନାହିଁ । ଏହା ଭିତରେ ଜୋସ ବଟଲର ତାଙ୍କ କ୍ରିଜରୁ ଆସି ଷ୍ଟୋକ୍ସଙ୍କ ନିକଟରେ ପହଞ୍ଚି ସାରିଥିଲେ ।

ବଲ ବାଉଣ୍ଡ୍ରିକୁ ଯିବ ନାହିଁ ବୋଲି ଷ୍ଟୋକ୍ସ ଜାଣିବା ପରେ ରନ ପାଇଁ ଦୌଡିଥିଲେ । କିନ୍ତୁ ତାହା ଦଳ ପାଇଁ ମହଙ୍ଗା ପଡି ଯାଇଥିଲା । ୩ ରନ ମିଳିବାକୁ ଥିବା ବଲରେ ମାତ୍ର ୧ ରନରେ ସନ୍ତୁଷ୍ଟ ହୋଇଛି ଇଂଲଣ୍ଡ । ଯାହାକୁ ନେଇ କମେଣ୍ଟ୍ରେଟର ଷ୍ଟୋକ୍ସଙ୍କର ମଜାକ ଉଡାଇଛନ୍ତି । ଏହାପରେ ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଅବଶ୍ୟ ମ୍ୟାଚ ପରେ ବର୍ଷା ପାଇଁ ରଦ୍ଦ ହୋଇଥିଲା ଏବଂ ସିରିଜ ଉପରେ କବଜା କରିଛି ଇଂଲଣ୍ଡ ।

Get real time updates directly on you device, subscribe now.