fbpx
BSKY SKY
BSKY SKY

ବଙ୍ଗଳାରେ ବିଜେପି ପଛରେ ରହିବାକୁ ନେଇ ଗଦଗଦ୍ ହେଲେ ବିରୋଧୀ, କିଏ କଣ କହିଲେ ପଢ଼ନ୍ତୁ

BSKY

କୋଲକାତା, ୦୨ ।୦୫ (ଓଡ଼ିଶା ଭାସ୍କର) : ପଶ୍ଚିମବଙ୍ଗରେ ବର୍ତ୍ତମାନର ଫଳାଫଳ ପ୍ରଦର୍ଶିତ ଫଳାଫଳକୁ ଦେଖିଲେ ଲାଗୁଛି ଟିଏମସିର ଜିତ୍ ଏବଂ ବିଜେପିର ହାର୍ ହେବ । ଭୋଟ ଗଣତିରେ ଟିଏମସି ଆଗରେ ରହିଥିବା ବେଳେ ବିଜେପି ଅନେକ ପଛରେ ରହିଯାଇଛି । ଗୋଟେପଟେ ଦିଦିଙ୍କ ଟିଏମସି ୨୦୦ ଟପିଥିବା ବେଳେ ଅନ୍ୟପଟେ ମୋଦୀଙ୍କ ବିଜେପି ୧୦୦ ବି ପାର୍ କରିପାରିନି । ତେବେ ଟିଏମସିର ବହୁମତକୁ ନେଇ ଏବେ ଟିଏମସି ଖୁସି ମନାଉଥିବା ବେଳେ ବିଜେପିର ବିପକ୍ଷ ମାନେ ଏବେ ଖୁସି ଜାହିର କରିଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଧେଇ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଅଖିଳେଶ ଯାଦବ, ଶରଦ ପୱାର, ମେହବୁବା ମୁଫ୍ତିଙ୍କ ଭଳି ନେତାମାନେ ଦିଦିଙ୍କୁ ବାଜି ମାତ୍ କରିବା ନେଇ ଶୂଭେଚ୍ଛା ଜଣାଇଛନ୍ତି ।

 

ତେବେ ସମ୍ପୂର୍ଣ୍ଣ ଫଳାଫଳ ଘୋଷଣା ହେବା ପୁର୍ବରୁ ୟୁପିର ପୁର୍ବତନ ମୁଖ୍ୟମନ୍ତ୍ରୀ ଏବଂ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ଟିଏମସିର ଜିତ୍ ଖୁସିକୁ ଜାହିର କରି ମମତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ମମତାଙ୍କ ଉପରକୁ କଟାକ୍ଷ କରି କୁହାଯାଇଥିବା “ଦିଦି ଓ ଦିଦି”ର ଏହା ହେଉଛି କଡା ଜବାବ ବୋଲି କହିଛନ୍ତି ।

ଏନସିପି ନେତା ଶରଦ ପୱାର ଦିଦିଙ୍କୁ ବଧେଇ ଦେଇ କହିଛନ୍ତି ଯେ, ଲୋକମାନଙ୍କ ଭଲ ଏବଂ ମହାମାରୀର ମୁକାବିଲା କରନ୍ତୁ ।

ସେପଟେ ଜାମ୍ମୁ-କାଶ୍ମୀରର ପୁର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତୀ କହିଛନ୍ତି ଯେ, ମମତା ବାନାର୍ଜୀ, ତୃଣମୁଳ କଂଗ୍ରସ ଏବଂ ଡେରେକ୍ ଓବ୍ରାୟନଙ୍କୁ ଜିତ୍ କୁ ନେଇ ଶୁଭେଚ୍ଛା । ସେ ଏନେଇ ଟୁଇଟ୍ କରି ଜଣାଇଛନ୍ତି ।

Get real time updates directly on you device, subscribe now.