ହୃଦୟ ବିଦାରକ ଘଟଣା, ଶିକ୍ଷକକୁ ହତ୍ୟା ପରେ ପାଟିରେ ପୁରାଇଦେଲେ ଗୁପ୍ତାଙ୍ଗ

ନୂଆଦିଲ୍ଲୀ:  ପଶ୍ଚିିମବଙ୍ଗରୁ ସାମ୍ନାରୁ ଆସିଛି ଅଭାବନୀୟ ଘଟଣା । ଶିକ୍ଷକଙ୍କୁ ବିଭତ୍ସ ହତ୍ୟା ପରେ ପ୍ରାଇଭେଟ ପାର୍ଟ କାଟିଦେଲେ ଦୁର୍ବୃତ୍ତ । ପଶ୍ଚିମବଙ୍ଗର ଆଲିପୁରଦାର ଜିଲ୍ଲାରୁ ଏହି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏକ ଘରୋଇ ବିଦ୍ୟାଳୟର ଶିକ୍ଷକଙ୍କୁ ହତ୍ୟା କରାଯାଇ ଯୌନାଙ୍କ କାଟି ଦେଇଥିବା ଜଣାପଡିଛି । କେବଳ ଏତିକି ନୁହେଁ ବରଂ ପ୍ରାଇଭେଟ ପାର୍ଟକୁ କାଟି ପାଟିରେ ପୁରାଇ ଦେଇଛି । ଜଣେ ଅଧିକାରୀ କହିଛନ୍ତି ଯେ ପୀଡିତଙ୍କ ମୃତଦେହ ସେ କାମ କରୁଥିବା ଜୟଗାଓଁର ସରକାରୀ ବିଦ୍ୟାଳୟ ପଛରୁ ଉଦ୍ଧାର କରାଯାଇଥିଲା । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃୃତ ଶିକ୍ଷକଙ୍କ ନାମ ସିତାବିର ଲାମା ବୋଲି ଜଣାପଡିଛି । ଏଭଳି ଭୟଙ୍କର ହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ତେବେ ସ୍ଥାନୀୟ ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଶିକ୍ଷକ ଜଣକ ପରଉପକାରୀ ଥିଲେ । ସେ ଅନେକ ଧାର୍ମିକ କାର୍ଯ୍ୟରେ ଲିପ୍ତ ରହିଥିଲେ । ତେବେ ତାଙ୍କୁ କିଏ ଏବଂ କାହିଁକି ଏଭଳି ବିଭତ୍ସ ଭାବେ ହତ୍ୟା କରିଛି ସେନେଇ କୌଣସି ସୂଚନା ମିଳିପାରି ନାହିଁ । ପୋଲିସ ମୃତଦେହକୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ ତଦନ୍ତ ଶେଷ ହେବା ପରେ ପ୍ରକୃତ କାରଣ ସ୍ପଷ୍ଟ ହେବା ନେଇ କୁହାଯାଇଛି ।  ପରିବାର ଲୋକେ 7 ଜଣଙ୍କ ବିରୋଧରେ ମାମଲା ଦାୟର କରିଥିବା ବେଳେ ପୋଲିସ ବର୍ତ୍ତମାନ ସୁଦ୍ଧା ଅପରାଧୀକୁ ଗିରଫ କରିପାରି ନାହିଁ ।