ହିନ୍ଦୀ ଭାଷାଭାଷୀଙ୍କ ପାଇଁ ବେଙ୍ଗାଲୁରୁ ବନ୍ଦ… ଭାଇରାଲ ପୋଷ୍ଟକୁ ନେଇ ହଙ୍ଗାମା
ଯେଉଁମାନେ କନ୍ନଡ ଶିଖିବାକୁ ଚାହୁଁନାହାଁନ୍ତି, ସେମାନଙ୍କ ପାଇଁ ବେଙ୍ଗାଲୁରୁ ବନ୍ଦ ବୋଲି ଏକ ପୋଷ୍ଟ ଭାଇରାଲ ହେବାରେ ଲାଗଛି । ଏହାକୁ ନେଇ ଭାଷାଗତ ବିବାଦ ମୁଣ୍ଡ ଟେକିଛି ।
ବେଙ୍ଗାଲୁରୁ: ବର୍ତ୍ତମାନ ସମୟରେ କନ୍ନଡ ଭାଷା ବିବାଦ କର୍ଣ୍ଣାଟକରେ ମୁଣ୍ଡ ଟେକିଛି । ଏହାକୁ ନେଇ ଚର୍ଚ୍ଚା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କିଛି ସ୍ଥାନୀୟ ଲୋକ ବାହାରର ଲୋକଙ୍କୁ ଭାଷା ଶିଖିବାକୁ ପରାମର୍ଶ ଦିଅନ୍ତି । ଦାବି କରନ୍ତି ଯେ ଏହା ସ୍ଥାନୀୟ ସଂସ୍କୃତିକୁ ସମ୍ମାନ କରିବାର ଏକ ଉପାୟ ।
ଏହାରି ଭିତରେ ଉତ୍ତର ଭାରତ ଏବଂ କନ୍ନଡ ଶିଖିବାକୁ ଚାହୁଁନଥିବା ପଡ଼ୋଶୀ ରାଜ୍ୟମାନଙ୍କ ପାଇଁ ବେଙ୍ଗାଲୁରୁ ବନ୍ଦ ବୋଲି ଏକ ପୋଷ୍ଟ ଭାଇରାଲ ହେଉଛି । ଯାହାକି ସୋସିଆଲ ମିଡିଆରେ ଭାଷା ବିବାଦକୁ ପୁନଃ ଉଜ୍ଜିବୀତ କରିଛି ।
ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ- ପୋଷ୍ଟରେ ବ୍ୟବହାରକାରୀ ପରାମର୍ଶ ଦେଇଛନ୍ତି ଯେ ଯେଉଁମାନେ ସ୍ଥାନୀୟ ଭାଷା ଏବଂ ସଂସ୍କୃତିକୁ ସମ୍ମାନ ଦିଅନ୍ତି ନାହିଁ, ସେମାନେ ବେଙ୍ଗାଲୁରୁକୁ ଏଡାଇବା ଉଚିତ ।
ସେ ଲେଖିଛନ୍ତି, “ଉତ୍ତର ଭାରତ ଏବଂ ପଡ଼ୋଶୀ ରାଜ୍ୟର ଲୋକମାନଙ୍କ ପାଇଁ ବେଙ୍ଗାଲୁରୁ ବନ୍ଦ, ଯେଉଁମାନେ କନ୍ନଡ ଶିଖିବାକୁ ଚାହୁଁନାହାଁନ୍ତି। ଯେତେବେଳେ ସେମାନେ ଭାଷା ଏବଂ ସଂସ୍କୃତିକୁ ସମ୍ମାନ ଦେଇପାରିବେ ନାହିଁ, ସେମାନଙ୍କୁ ବେଙ୍ଗାଲୁରୁର ଆବଶ୍ୟକତା ନାହିଁ।” ଏଭଳି ପୋଷ୍ଟ ବର୍ତ୍ତମାନ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି ।
ସମାଲୋଚନା- ସେୟାର ହେବା ପରଠାରୁ, ପୋଷ୍ଟଟି ସୋସିଆଲ ମିଡିଆରେ ଦୃଷ୍ଟି ଆକର୍ଷଣ କରିଛି । ଏହାକୁ ୫୦,୦୦୦ ରୁ ଅଧିକ ଥର ଦେଖାଯାଇଛି ଏବଂ ୨୦୦ ରୁ ଅଧିକ କମେଣ୍ଟ ମଧ୍ୟ ଆସିଛି । ବ୍ୟବହାରକାରୀଙ୍କୁ ସମାଲୋଚନା କରି କହିଛନ୍ତି ଯେ ଅନ୍ୟ ଭାଷା ଶିଖିବା ଏକ ବ୍ୟକ୍ତିଗତ ପସନ୍ଦ ଏବଂ ଏହାକୁ ଜଣେ ବ୍ୟକ୍ତି ଉପରେ ବାଧ୍ୟ କରାଯାଇପାରିବ ନାହିଁ ।
ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ମୁଁ ଆପଣଙ୍କ ସହ ସହମତ, କିନ୍ତୁ ବାଙ୍ଗାଲୋରକୁ ପ୍ରବାସନକୁ ଅନୁମତି ଦେବା ପୂର୍ବରୁ ସରକାର ଏହାକୁ ବାଧ୍ୟତାମୂଳକ କରିବା ଉଚିତ ବୋଲି ଅନ୍ୟ ଏକ ୟୁଜର୍ସ ଲେଖିଛନ୍ତି ।