fbpx

ଆସନ୍ତାକାଲି ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ଟ୍ରାଫିକ ଆଡ଼ଭାଇଜାରୀ ଜାରି କଲା ବାଙ୍ଗାଲୁରୁ ପୋଲିସ, ଜାଣନ୍ତୁ ପ୍ରଭାବିତ ହେବାକୁ ଥିବା ମାର୍ଗ

ନୂଆଦିଲ୍ଲୀ: ରାଜ୍ୟରେ ଆଗକୁ ବିଧାନସଭା ନିବାଚନ ଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କର ଫୋକସ୍ ବାଙ୍ଗାଲୁର ସହ ଉପରେ ରହିଛି। ବାଙ୍ଗାଲୁରରେ ସମସ୍ତ ୨୮ ଆସନରେ ବିଜୟୀ ହେବା ପାଇଁ ବିଜେପି ଲକ୍ଷ୍ୟ ରଖିଛି। ଯାହା କର୍ଣ୍ଣାଟକରେ ବିଜେପିକୁ ସରକାର ବଜାୟ ରଖିବା ପାଇଁ ଗୁରୁତ୍ୱପୁର୍ଣ୍ଣ। ତେବେ ଆସନ୍ତାକାଲି ବାଙ୍ଗାଲୁରୁକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସୁଥିବା ବେଳେ ତାଙ୍କର ଗସ୍ତକୁ ସୁରୁଖୁରରେ ପରିଚାଳନା ପାଇଁ ବାଙ୍ଗଲୋର ଟ୍ରାଫିକ୍ ପୋଲିସ ସାଧାରଣ ଲୋକଙ୍କ ପାଇଁ ସ୍ୱତନ୍ତ୍ର ନୋଟିସ୍ ଜାରି କରିଛି। ଏହି ନୋଟିସ୍‌ରେ ବାଙ୍ଗାଲୁରୁ ଟ୍ରାଫିକ୍ ପୋଲିସ ଲୋକମାନଙ୍କୁ ଗସ୍ତ ସମୟରେ କିଛି ବାଟରେ ନଯାଇ ବିକଳ୍ପ ବାଛିବାକୁ ପରାମର୍ଶ ଦେଇଛି।

Get real time updates directly on you device, subscribe now.